Angul News: ଅନୁଗୋଳ: ଅନୁଗୋଳ ଓକିଲ ସଂଘର ନିର୍ବାଚନରେ ବିଜୟୀ ହୋଇଥିବା ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଆଜି ଅପରାହ୍ନରେ କୋର୍ଟ ପରିସରରେ ଥିବା ଓକିଲ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ଆଇନଜୀବୀ ତଥା ଓକିଲ ସଂଘର ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଗୋଳ କୋର୍ଟର ଜିଲ୍ଳାଜଜ ଶ୍ରୀଯୁକ୍ତ ଦାମୋଦର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବ ନିର୍ବାଚିତ ସଭାପତି ଦିଲ୍ଲୀପ କୁମାର ସାହୁ, ଉପସଭାପତି ପ୍ରଦୀପ ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ନିରୋଦ କୁମାର ମିଶ୍ର, ସହ ସମ୍ପାଦକ ପ୍ରଭୁ ପ୍ରସାଦ ପ୍ରଧାନ, କୋଷାଧକ୍ଷ ପ୍ରଦୀପ କୁମାର ସେଠୀ, ସାଂସ୍କୃତିକ ସମ୍ପାଦକ ଜ୍ୟୋସ୍ନାମୟୀ ସାହୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।
ଏହି ଅବସରରେ ନୂତନ ସଭାପତି ଆଇନଜୀବୀ ଦିଲ୍ଲୀପ କୁମାର ସାହୁ ସଂଘର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ମିଳିମିଶି କାମ କରିବାକୁ ଦୃଢ଼ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ ଏବଂ ସେ କାମରେ ବିଶ୍ୱାସ କରନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।ମୁଖ୍ୟ ଅତିଥି ଜିଲ୍ଲାଜଜ ଶ୍ରୀଯୁକ୍ତ ଦାମୋଦର ରଥ ତାଙ୍କ ବକ୍ତବ୍ୟରେ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଓକିଲ ମାନଙ୍କର ଉନ୍ନତି ସହିତ ମହକିଲ ମାନଙ୍କ ସମସ୍ୟା ସମାଧାନରେ ସହଯୋଗ କରିବା ପାଇଁ ନୂତନ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ଅନୁଗୋଳ ଓକିଲ ମାନଙ୍କ ପାଇଁ ଏକ ନୂତନ ଗୃହ ନିର୍ମାଣ ପାଇଁ କୋଟିଏ ଟଙ୍କାର ଏଷ୍ଟିମେଟ ମାନ୍ୟବର ହାଇକୋର୍ଟକୁ ପଠାଯାଇଛି ବୋଲି ପ୍ରକାଶ କରିଥିଲେ।
ଏହି ଶପଥ ଗ୍ରହଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଭାସ୍କର ଚନ୍ଦ୍ର ବେହେରା,ପରମାନନ୍ଦ ମିଶ୍ର, ବସନ୍ତ ଦାସ, ଦୁର୍ଗା ଶଙ୍କର ମିଶ୍ର,ମହେନ୍ଦ୍ର ବସ୍ତିଆ,ଭରତ ପଣ୍ଡା,ଉଦୟ ଶଙ୍କର ମିଶ୍ର,ଅଜିତ ବିଷୋୟୀ, ଭୂପେଶ ପ୍ରଧାନ, ଦିଲ୍ଲୀପ ଦାସ,ଦ୍ୱାରିକା ପ୍ରସାଦ ନନ୍ଦ,ଗୋପାଳ ନାଥ, ରଜତ ଦାଶ,ହେମନ୍ତ ସାହୁ,ଗଣେଶ ସାହୁ, ରମେଶ ସାହୁ,ସୁଦିପ ମିଶ୍ର, ଶତ୍ରୁଘ୍ନ ସାହୁ,ବିପିନ ସାହୁ ପ୍ରମୁଖ ବହୁ ବରିଷ୍ଠ ଓ ଯୁବ ଆଇନଜୀବୀ ଉପସ୍ଥିତ ଥିଲେ।

