ଆସନ୍ତା ୩୧ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଜିଲ୍ଲା ଗସ୍ତ

Advertisement

ଅନୁଗୋଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ମାର୍ଚ୍ଚ ୩୦ ତାରିଖ ମଧ୍ୟରାତ୍ରୀରେ ତାଳଚେର ଦିନଦୟାଲ ନଗରରେ ପହଂଚି ରାତ୍ରୀ ଯାପନ କରିବେ । ମାର୍ଚ୍ଚ ୩୧ ତାରିଖ ସକାଳ ୮ଟାରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କର ଯାତ୍ରାରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। ସେଠାରୁ ଆଠମଲ୍ଲିକ ଗସ୍ତ କରି ଦିନ ୧୦ଟାରେ ରାମ ମନ୍ଦିରରେ ଦର୍ଶନ କରିବେ। ଦିନ 11ଟାରେ ଆଠମଲ୍ଲିକ ଷ୍ଟାଡିୟମଠାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିବେ। ପରେ ଆଠମଲ୍ଲିକ ର ଓଏଡା ପଂଚାୟତ ର ଅଲାଠୁ ରାମ ମନ୍ଦିରରେ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେଠାରୁ ଭୁବନେଶ୍ୱର ଯାତ୍ରା କରିବେ। କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି।

Leave a Reply

Your email address will not be published. Required fields are marked *