ଫିଲିପ୍ସଙ୍କ ସହ ଚୁକ୍ତି କଲା ରାଜସ୍ଥାନ ରୟାଲ୍‌ସ

Advertisement

ଜୟପୁର: ୟୁଏଇରେ ଆୟୋଜିତ ହେବାକୁ ଯାଉଥିବା ଆଗାମୀ ଆଇପିଏଲ୍‌ ପାଇଁ ରାଜସ୍ଥାନ ରୟାଲ୍‌ସ ନ୍ୟୁଜିଲାଣ୍ଡ୍‌ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଗ୍ଲେନ୍‌ ଫିଲିପ୍ସଙ୍କ ସହ ଚୁକ୍ତି କରିଛି। ଦୁଇ ଇଂଲଣ୍ଡ ତାରକା ଜୋଫ୍ରା ଆର୍ଚର ଓ ଜୋସ୍‌ ବଟଲର୍‌ ଅବଶିଷ୍ଟ ଆଇପିଏଲ୍‌ ପାଇଁ ଦଳରେ ଉପଲବ୍‌ଧ ନହେବାରୁ ଫିଲିପ୍ସ ପ୍ରଥମ ବଦଳ ଖେଳାଳି ଭାବେ ଯୋଡ଼ି ହୋଇଛନ୍ତି। ଫିଲିପ୍ସ ପୂର୍ବରୁ କେବି ବି ଆଇପିଏଲ୍‌ ଖେଳିନାହାନ୍ତି।

ଆର୍ଚର ଆହତ ଯୋଗୁଁ ଆଇପିଏଲ୍‌ରୁ ଓହରି ଯାଇଥିଲା ବେଳେ ନିଜର ଦ୍ବିତୀୟ ସନ୍ତାନ ଜନ୍ମ ପାଇଁ ବଟଲର୍‌ ବଞ୍ଚିତ ହେବେ। ସଂଯୋଗବଶତଃ ବଟଲର୍‌ ରାଜସ୍ଥାନ ରୟାଲ୍‌ସର ଶେଷ ମ୍ୟାଚ୍‌ (ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ)ରେ ଶତକ ଜମାଇଥିଲେ। ଯାହାକି ତାଙ୍କର ପ୍ରଥମ ଟି-୨୦ ଶତକ ଥିଲା। ଅନ୍ୟପକ୍ଷରେ ମାନସିକ ଅବସାଦ ପାଇଁ କ୍ରିକେଟ୍‌ରୁ ଦୂରେଇ ରହିଥିବା ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ‌‌ଷ୍ଟୋକ୍ସ ମଧ୍ୟ ଆଗାମୀ ଆଇପିଏଲ୍‌ରେ ଉପଲବ୍‌ଧ ହେବେନି। କରୋନା ମହାମାରୀ ପାଇଁ ଅଧାରୁ ସ୍ଥଗିତ ରହିବା ପୂର୍ବରୁ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍‌ସ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ୟୁଏଇ‌ ଚରଣରେ ଏହି ଦଳ ସେପ୍ଟେମ୍ବର ୨୧ ତାରିଖରେ ଦୁବାଇରେ ପଞ୍ଜାବ କିଙ୍ଗ୍‌ସକୁ ଭେଟି ଅଭିଯାନ ଆରମ୍ଭ କରିବ।

Advertisement

Leave a Reply

Your email address will not be published. Required fields are marked *