ଅନୁଗୋଳ: ଆସନ୍ତାକାଲି କିମ୍ବା ରବିବାର ସୁଧା ଶହୀଦ ରାଣା ପ୍ରତାପ ଦାସ ଙ୍କ ପାର୍ଥବ ଶରୀର ତାଙ୍କର ପୌତୃକ ଗ୍ରାମ ଅନୁଗୁଳ ଜିଲା ତାଳଚେର କଣ୍ଢାଳ ପଞ୍ଚାୟତ ର କୃଷ୍ଣଚନ୍ଦ୍ର ପୁର ଠାରେ ପହଞ୍ଚିବ ବୋଲି ଆଶା କରାଯାଉଛି ।
ସେପଟେ ଓଡ଼ିଆ ବୀର ଯବାନ ଶହୀଦ ରାଣା ପ୍ରତାପଙ୍କ ଦେହାନ୍ତ ଖବର ପାଇବା ପରେ ଅଞ୍ଚଳବାସୀ ଯେତିକି ମ୍ରିୟମାଣ ସେତିକି ଗୌରବାନ୍ୱିତ ଅନୁଭବ କରିଛନ୍ତି । ଦେଶ ମାତୃକା ସେବା ସହ ନିଜ ଦାଇତ୍ୱ ସମ୍ପର୍ଣ୍ଣ ସମୟରେ ଯେଉଁ ଭଳି ଅଘଟଣ ଘଟି ହୋଇଥିବା ଶହୀଦ ରାଣା ପ୍ରତାପ ଙ୍କ ଶେଷ କୃତ୍ୟ ସଂପ୍ରଣ ପାଇଁ ଉଭୟ କଣ୍ଢାଳ ପଂଚାୟତ ତଥା ଏମସିଏଲ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଥିବା ଜଣାପଡିଛି ।
ଶେଷ କୃତ୍ୟ ହେବାକୁ ଥିବା କୃଷ୍ଣଚନ୍ଦ୍ରପୁର ଗ୍ରାମରେ ରହିଥିବା ଶହୀଦ ଏକ ପୈତୃକ ସ୍ଥାନକୁ ସଫା ସୁତରା ସହ ସମତଳ କରାଯାଇଛି । ସୂଚନା ଅନୁଯାୟୀ ପାର୍ଥିବଶରୀର ତାଳଚେର ମାଟିରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେରେ କୃଷ୍ଣଚନ୍ଦ୍ରପୁର କୁ ଅଣାଯିବ।
ସେପଟେ ଆଜି ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡ଼ା ଦେବେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ବସନ୍ତ ମଞ୍ଜରୀ ପ୍ରଧାନ, ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଏହି ସମୟରେ ପୂର୍ବତନ ବ୍ଲକ ଚେୟାରମ୍ୟାନ ଇଂ ମାନସ ଆଚାର୍ଯ୍ୟ, ଯୁବ ନେତା ପ୍ରଶାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
ଅନୁଗୋଳ ଆସୁଛି ଶହୀଦଙ୍କ ପାର୍ଥିବ ଶରୀର

