ବିବାଦ ଘେରରେ ଢେଙ୍କାନାଳ ସାଂସଦ ଓ ଉପବାଚସ୍ପତି

Advertisement

ଅନୁଗୋଳ: ସାଂସଦଙ୍କ ବିରୋଧୀଙ୍କୁ କୁକୁର ଉପଖ୍ୟାନ ଓ ବିଧାନସଭା ର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ମୁଖ୍ୟମନ୍ତ୍ରୀ ଙ୍କୁ ଓଡିଶା ବାସୀ ଙ୍କ ଠାକୁର କହିବା ନେଇ ବିବାଦ ଘନେଇବାରେ ଲାଗିଛି ।
ଉଭୟ ଅନୁଗୁଳ ଓ ଢେଙ୍କାନାଳ ଜିଲା କଂଗ୍ରେସ ଓ ବିଜେପି ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି । ଗତ କାଲି ଢେଙ୍କାନାଳ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିବା ର କାର୍ଯ୍ୟକ୍ରମ ରହୁଥିଲା। ତେବେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ନିଜର ଭାଷଣ ରେ କଳା ପତାକା ଓ ଅଣ୍ଡା ମାଡ଼ କରୁଥିବା ବ୍ୟକ୍ତି ମାନଙ୍କୁ ଆମେ ଆମ କାମ କରି ଚାଲିଛି କୁକୁର ସେମିତି ଭୁକି ହେଉଥିବା ର କହିଥିଲେ। ତେବେ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ଏହାକୁ ନିନ୍ଦା କରିବା ସହ ଦୃଢ଼ ପ୍ରତିବାଦ କରିଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ ଏହାକୁ ଦୁର୍ଭାଗ୍ୟ ଜନକ କହିବା ସହିତ ସାଂସଦ ଏଭଳି ଭାଷା କୁ ଫେରେଇ ନେବାକୁ କହିଛନ୍ତି।ଯଦି ସାଂସଦ ନ ଫେରନ୍ତି ତେବେ ଆଗାମୀ ଦିନରେ କଂଗେସ ଏହାର କଡ଼ା ଜବାବ ଦେବ ବୋଲି କହିଛି। ସେହି ଭଳି ଭାବରେ ଢେଙ୍କାନାଳ ର ପୂର୍ବତନ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଏହା କୁ ମଧ୍ୟ ଦୃଢ଼ ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ଥିଲେ ସେ ସାଂସଦ ଙ୍କ କଥା ବୁଝି ପାରିଲେ ନା ନାହିଁ ସେ କଥା ନବୀନ ଙ୍କୁ ଜଣା ଥିବ ବୋଲି କହିଛନ୍ତି। ଜଣେ ସାଂସଦ 5 ଟି ସଚିବ ଙ୍କୁ ମହୋଦୟ ବୋଲି ସମ୍ବୋଧନ କରିବା କୁ ମଧ୍ୟ କଡା ସମାଲୋଚନା କରିଛନ୍ତି ପୂର୍ବତନ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି। ତେବେ ବିଜେଡ଼ି ର ମରଣ କାଳେ ବିପରୀତ ବୁଦ୍ଧି ବୋଲି କହିଛନ୍ତି ଶ୍ରୀ ପାଣି।
ଅନୁରୂପ ଭାବେ ଶନିବାର ଅନୁଗୁଳ ଷ୍ଟାଡିୟମ ପରିସର ରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପୂର୍ବରୁ ମଞ୍ଚାସିନ ମୁଖ୍ୟମନ୍ତ୍ରୀ ଙ୍କୁ , ଓଡ଼ିଶାର ସାଢ଼େ ଚାରି କୋଟି ଲୋକ ଙ୍କ ଠାକୁର ବୋଲି ନିଜ ଅଭିଭାଷଣ ରେ ଓଡିଶା ବିଧାନସଭା ର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀ କାନ୍ତ ସିଂ ସମ୍ବୋଧିତ କରିବା ନେଇ ଅନୁଗୁଳ ଜିଲା କଂଗ୍ରେସ ତୀବ୍ର ସମାଲୋଚନା କରିଛି । ରଜନୀ ନିଜ ପୁଅ ଙ୍କୁ ଆଗାମୀ ଦିନରେ କିଭଳି ବିଜେଡି ଟିକେଟ ମିଳି ପାରିବ , ଏହି ଆଶାରେ ମାତ୍ରାଧିକ ଚାଟୁକାରୀତା କରିଥିବା ଜିଲା କଂଗ୍ରେସ ମୁଖପାତ୍ର ଗୋପାଳ ଚନ୍ଦ୍ର ନାଥ ଅଭିଯୋଗ କରିଛନ୍ତି । ସେପଟେ ଏହି ସଂକ୍ରାନ୍ତରେ ଉଭୟ ଉପବାଚସ୍ପତି ରଜନୀ କାନ୍ତ ସିଂ କିମ୍ବା ସାଂସଦ ମହେଶ ସାହୁ ଙ୍କ ର ପ୍ରତିକ୍ରିୟା ମିଳି ପାରିନାହିଁ ।

Advertisement

Leave a Reply

Your email address will not be published. Required fields are marked *