ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଢେଙ୍କାନାଳର ଝିଅ

Advertisement

ଅନୁଗୋଳ: ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଢେଙ୍କାନାଳ ସପ୍ତମ ଶ୍ରେଣୀର ଝିଅ ଶର୍ମିଷ୍ଠା ସୁପ୍ରରାଜ ଭୁଇଁଆ । ପିରିଅଡ଼ିକ ଟେବୁଲ ରେ ଥିବା ୧୧୮ ଟି ଏଲିମେଣ୍ଟ୍ କୁ ମାତ୍ର ୧୮.୫୫ ସେକଣ୍ଡରେ କହି ସେ ହାତେଇଛନ୍ତି ଏହି ସଫଳତା। ଶର୍ମିଷ୍ଠା ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସରାଙ୍ଗ ଗ୍ରାମର ଶତୃଘ୍ନ ଭୂୟାଁଙ୍କ ବଡ ଝିଅ। ସେ ଗାଁରେ ଥିବା ସରକାରୀ ଉପ୍ରା ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଛନ୍ତି। ତେବେ କରୋନାର ତୃତୀୟ ଲହର ପାଈଁ ବିଦ୍ୟାଳୟ ଛୁଟି ଥିବା ବେଳେ ଘରେ ସେ ନବମ ଶ୍ରେଣୀରେ ଥିବା ପିରିଅଡ଼ିକ ଟେବୁଲ ବିଷୟରେ ପଢିବା ସହ ଅଳ୍ପ ସମୟରେ ଏହାକୁ କହି ପିଲାମାନେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି। ସେ ନେଇ ପ୍ରାୟ ଏକ ମାସ ପୂର୍ବରୁ ଏହା ସୋସିଆଲ ମିଡିଆ ରୁ ଦେଖିବାକୁ ପାଇଥିଲେ। ଓ ସେହି ଦିନ ଠାରୁ ସେ ଏହି ସ୍ଥାନ ହାସଲ ପାଈଁ ଚେଷ୍ଟା ଚଳାଇ ଥିବା ବେଳେ ଗତ ଅକ୍ଟୋବର ୧୧ ତାରିଖ ରେ ତାଙ୍କୁ ଏହି ସଫଳତା ମିଳିଥିଲା। ଇତିମଧ୍ୟରେ ପୋଷ୍ଟାଲ ଦ୍ଵାରା ତାଙ୍କୁ ଏହର ବିଜେତା ପୁରସ୍କର ମିଳିଛି । ସେପଟେ ବଡ ହୋଇ ଶର୍ମିଷ୍ଠା ପ୍ରଶାସନିକ ସେବା ଭଳି ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ଲୋକଙ୍କ ସେବା କରିବା କୁ ଲକ୍ଷ୍ୟ ରଖିଥବା ବେଳେ, ଏସିଆ ଓ ଗିନିଜ୍ ବୁକ୍ ରେ ରେକର୍ଡ ପାଇଁ ମଧ୍ୟ ସେ ଚେଷ୍ଟା ଜାରି ରଖିବେ ବୋଲି ମଧ୍ୟ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *