ଅନୁଗୁଳ: ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ଦାବିରେ ବିଭିନ୍ନ ସମୟରେ ଦାବି ଉପସ୍ଥାପନ କରିଆସୁଥିବା ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟିର ଏକ ଗୁରୁତ୍ୱର୍ପୂ ବୈଠକ ଆଜି ଅପରାହ୍ନରେ ସ୍ଥାନୀୟ ଶିକ୍ଷକପଡାସ୍ଥ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାର ଠାରେ କମିଟିର ଆବାହକ ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ କମିଟିର ସକ୍ରିୟ ସଭ୍ୟ ଅବସରପ୍ରାପ୍ତ ନାଲକୋ କର୍ମ·ରୀ ମୋହନ ଚରଣ ଦେହୁରୀଙ୍କ ବିୟୋଗରେ ଶୋକ ପ୍ରକାଶ ସହିତ ଏକ ମିନିଟ୍ ନିରବତା ପାଳନ କରାଯାଇଥିଲା ।
ବୈଠକରେ କମିଟିର ଅନ୍ୟତମ ଆବାହକ ଶିକ୍ଷାବିତ୍ ଅଭିମନୁ୍ୟ ସ୍ୱାଇଁ, ବରିଷ୍ଠ ବୁଦ୍ଧିଜୀବୀ ରମେଶ ସାହୁ, ବ୍ରଜବନ୍ଧୁ ସାହୁ, ନିରୋଦ ପାଳ, ତୀର୍ଥବାସୀ ଭୋଇ, ପଠାଣୀ ବାରିହା, ମାନସ ପାଳ, ଦାମୋଦର ଦାଶ, ତ୍ରେତାନନ୍ଦ ସାମନ୍ତ, ଅଶୋକ କୁମାର ପ୍ରଧାନ, ନବକିଶୋର ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ, ହେମନ୍ତ କୁମାର ଦାସ, ରବୀନ୍ଦ୍ର କୁମାର ବେହେରା, ନିରୂପମା ପ୍ରଧାନ, ବବିତା ସାହୁ ପ୍ରମୁଖ ଉପସ୍ଥିତ ରହି ସର୍ବାଧିକ ରାଜସ୍ୱ ଦେଉଥିବା ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ସମାଧାନ କରିବାରେ ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ପାଇଁ ଜିଲ୍ଲା ମୁଖ୍ୟ ଚିକିାଳୟ ନିକଟରେ ଥିବା କୁକୁଡା ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତର କରି ଏହାର ସମସ୍ତ ଜାଗାକୁ ଜିଲ୍ଲା ମୁଖ୍ୟ ଚିକିାଳୟକୁ ହସ୍ତାନ୍ତର କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟ୍ରମା କେୟାର ସେଣ୍ଟର, ଆଇ.ସି.ୟୁ, ର୍ବ ୟୁନିଟ୍ କାର୍ଯ୍ୟକ୍ଷମ ସହିତ ଇକୋ ମେସିନ୍ ପ୍ରତିଷ୍ଠା କରିବା, ଜିଲ୍ଲା ମୁଖ୍ୟ ଚିକିାଳୟରେ ଅର୍ଥୋ, ଇଏନ୍ଟି ସହିତ ବିଭିନ୍ନ ବିଭାଗରେ ସର୍ଜରୀ ବ୍ୟବସ୍ଥା କରିବା, ଜିଲ୍ଲା ମୁଖ୍ୟ ଚିକିାଳୟକୁ ସପ୍ତାହକୁ ଥରେ ଆସୁଥିବା ସୁପର ସ୍ପେସିଆଲିଷ୍ଟ ଡାକ୍ତରମାନଙ୍କୁ ନିୟମିତ ଭାବେ ନିଯୁକ୍ତି ଦେଇ ରୋଗୀମାନଙ୍କୁ ଚିକିା ସେବା ଯୋଗାଇଦେବା, ସୁପର ସ୍ପେସାଲିଷ୍ଟ ଡାକ୍ତରମାନେ ଲେଖୁଥିବା ଔଷଧ ରୋଗୀମାନଙ୍କୁ ମାଗଣାରେ ଯୋଗାଇଦେବା, ଜିଲ୍ଲା ମୁଖ୍ୟ ଚିକିାଳୟର ଦନ୍ତ ବିଭାଗରେ ଆବଶ୍ୟକୀୟ ଉପକରଣ ଯୋଗାଇ ଦନ୍ତ ଚିକିାର ସୁବ୍ୟବସ୍ଥା କରିବା, ଜିଲ୍ଲାର ସମସ୍ତ ଉପଖ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲିପଡିଥିବା ବିଶେଷଜ୍ଞ ଡାକ୍ତର, ନର୍ସ, କର୍ମ·ରୀ ପଦବୀ ପୂରଣ କରିବା, ଜିଲ୍ଲା ମୁଖ୍ୟ ଚିକିାଳୟ ସମ୍ମୁଖରେ ଥିବା ଆମୀଷ ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା, ଜିଲ୍ଲା ମୁଖ୍ୟ ଚିକିାଳୟରେ ଧାଡି ଯନ୍ତ୍ରଣାରୁ ମୁକ୍ତି ପାଇଁ ଅନ୍ଲାଇନ୍ ଟିକେଟ୍ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା, ଜିଲ୍ଲା ମୁଖ୍ୟ ଚିକିାଳୟରେ ଏକ ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା କରିବା ଦାବି ସମ୍ପର୍କରେ ବୈଠକରେ ବିଷଦ ଆଲୋଚନା ହୋଇ ଜିଲ୍ଲା ମୁଖ୍ୟ ଚିକିାଧିକାରୀଙ୍କ ଅଫିସ୍ ସମ୍ମୁଖରେ ଆନେ୍ଦାଳନ ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା ।

