ସୁପୋଷିତ ଲକ୍ଷ୍ୟ ନେଇ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

Advertisement

Angul News: ଅନୁଗୋଳ: ଜିଲ୍ଲା ପ୍ରଶାସନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ଆଜି ପୂର୍ବାହ୍ନରେ “ସୁପୋଷିତ ଲକ୍ଷ୍ୟ” ଦିଗରେ ଜିଲ୍ଲା ପରିଷଦ ସଭାଗୃହଠାରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାରେ ମାତୃ ଓ ଶିଶୁ ପୋଷଣ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ କୁପୋଷଣ ହ୍ରାସ ପାଇଁ ସମନ୍ୱିତ ପଦକ୍ଷେପ ନେବା ହେଉଛି ଏହି କର୍ମଶାଳାର ଲକ୍ଷ୍ୟ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିରୂପମା ପାଣିଙ୍କ ସମେତ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସମନ୍ଵିତ ଶିଶୁ ବିକାଶ ସେବା (ICDS)ର ସୁପର ଭାଇଜର, ଜିଲ୍ଲା ସମାଜ କଲ୍ୟାଣ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସ୍ତରରୁ ଆସିଥିବା ପ୍ରଶିକ୍ଷକ ଇଶିକା ଦାଗ ଶିଶୁ ଓ ଗର୍ଭବତୀ ମାଆଙ୍କ ସୁସ୍ଥ ପୋଷଣ, ସ୍ୱାସ୍ଥ୍ୟ ସଚେତନତା ଏବଂ ସମୁଦାୟ ଭିତ୍ତିକ ପଦକ୍ଷେପ ନେବା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ।

ଏହି କର୍ମଶାଳାରେ ବିଭିନ୍ନ ପୋଷଣ କାର୍ଯ୍ୟକ୍ରମର କାର୍ଯ୍ୟନ୍ବୟନ, ସମସ୍ୟା ଓ ସମାଧାନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଉପଲକ୍ଷେ ଅନୁଗୋଳ ଜିଲ୍ଲାକୁ “ସୁପୋଷିତ ଜିଲ୍ଲା” ଭାବେ ଗଢି ତୋଳିବାକୁ ଶପଥ ପାଠ କରାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *