ସାରାଭାରତ ସାଧାରଣ ଧର୍ମଘଟ ଅନୁଗୁଳରେ ଅଭୂତପୂର୍ବ ସଫଳ

Advertisement

ଅନୁଗୋଳ: କେନ୍ଦ୍ର ବିଜେପି ସରକାର ଦ୍ୱାରା ଶ୍ରମିକ ଶ୍ରେଣୀର କଷ୍ଟାର୍ଜିତ ୨୯ଟି ଶ୍ରମ ଆଇନ୍କୁ ଉଚ୍ଛେଦ କରି ପ୍ରଣୟନ କରାଯାଇଥିବା ଶ୍ରମିକ ବିରୋଧୀ ଓ କର୍ପୋରେଟ୍ ସପକ୍ଷବାଦୀ ୪ଟି ଶ୍ରମକୋଡ୍କୁ ବାତିଲ କରିବା, ଶ୍ରମିକ-କର୍ମ·ରୀ ବିରୋଧୀ ଶ୍ରମଶକ୍ତି ନୀତି-୨୦୨୫କୁ ବାତିଲ କରିବା, ପ୍ରସ୍ତାବିତ ବିଦୁ୍ୟତ୍ ସଂଶୋଧନ ବିଲ୍-୨୦୨୫କୁ ପ୍ରତ୍ୟାହାର କରିବା, ଖୁଚୁରା ବ୍ୟବସାୟ, ବୀମା ଓ ଆର୍ଥôକ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫ୍.ଡି.ଆଇ) ବନ୍ଦ କରିବା, ସର୍ବନିମ୍ନ ମଜୁରୀ ମାସିକ ୨୬୦୦୦ଟଙ୍କା ଓ ସର୍ବନିମ୍ନ ମାସିକ ପେନ୍ସନ୍ ୯୦୦୦ଟଙ୍କା କରିବା, ପି.ଏଫ୍., ଇ.ଏସ୍.ଆଇ.ସି ଓ ବୋନସ୍ କ୍ଷେତ୍ରରେ ସିଲିଂ (ମଜୁରୀର ସର୍ବୋଚ୍ଚ ସୀମା) ଉଚ୍ଛେଦ କରିବା, ଏନ୍.ପି.ଏସ୍./ୟୁ.ପି.ଏସ୍. ବାତିଲ୍ କରି ପୁରୁଣା ପେନ୍ସନ୍ ସ୍କିମ୍ (ଓ.ପି.ଏସ୍) ପୁନଃ ପ୍ରଚଳନ କରିବା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍.ସି.ପି)ର ଆଇନଗତ ଗ୍ୟାରେଣ୍ଟି ପ୍ରଦାନ କରିବା ସମେତ ୨୧ଦଫା ଦାବିରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍ ମାନଙ୍କ ମିଳିତ ମଞ୍ଚ ପକ୍ଷରୁ ସାରାଭାରତ ସାଧାରଣ ଧର୍ମଘଟ ପରିପ୍ରେକ୍ଷୀରେ ଅନୁଗୁଳରେ ଅଭୂତପୂର୍ବ ଭାବରେ ସଫଳ ହୋଇଛି । ଜନସାଧାରଣ ସ୍ୱତଃସ୍ପୃତ ଭାବରେ ସମର୍ଥନ କରୁଥିବାର ଲକ୍ଷ୍ୟ କରାଯାଇଛି । ଖଣି, କାରଖାନା, ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ ବେସରକାରୀ ଅଫିସ୍ ଦପ୍ତର, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ଥିବାର ପରିଲକ୍ଷିତ ହୋଇଛି । ଅନୁଗୁଳ ସହରରେ ଶ୍ରମିକ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବାସହ ବିଭିନ୍ନ ସରକାରୀ ଅଫିସ ସମ୍ମୁଖରେ ପିକେଟିଂ କରିଥିଲେ । ଯାହାଫଳରେ ସବୁକିଛି ବନ୍ଦ ଥିବା ଦେଖାଯାଇଥିଲା । ଧର୍ମଘଟକୁ ଜିଲ୍ଲାବାସୀ ବ୍ୟାପକ ସମର୍ଥନ ଜଣାଇଥିବାରୁ ଶ୍ରମିକ ସଂଗଠନଗୁଡିକ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି । ଆଜିର ଏହି ଧର୍ମଘଟରେ ଆଇ.ଏନ୍.ଟି.ୟୁ.ସି. ପକ୍ଷରୁ ଜିଲ୍ଲା ସଭାପତି ଦିଗାମ୍ବର ଗଡନାୟକ, ବିମ୍ବାଧର ବେହେରା, ସି.ଆଇ.ଟି.ୟୁ. ରାଜ୍ୟ ଉପସଭାପତି ତଥା ଜିଲ୍ଲା ସାଧାରଣ ସମ୍ପାଦକ ଡକ୍ଟର ଉପେନ୍ଦ୍ର କୁମାର ଶର୍ମା, ସୀତାରାମ ପ୍ରଧାନ, ବସନ୍ତ ପଟ୍ଟନାୟକ, ପ୍ରଶାନ୍ତ କିଶୋର ବରାଳ, ବଳରାମ ବେହେରା, ସାଗର କୁମାର ଦାସ, ବିଶ୍ୱନାଥ ସାହୁ, ଏଚ୍.ଏମ୍.ଏସ୍. ଜିଲ୍ଲା ସଭାପତି ତ୍ରୀଲୋଚନ ପ୍ରଧାନ, ପବିତ୍ର କୁମାର ବିଶ୍ୱାଳ, ଏ.ଆଇ.ୟୁ.ଟି.ୟୁ.ସି. ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ସାହୁ, ବିଜୟ ପ୍ରଧାନ, ଓଡିଶା ମିଳିତ ପାଚିକା ସହାୟିକା ସଂଘ ଜିଲ୍ଲା ସମ୍ପାଦିକା ବୁଲି ବାରିକ, ଭାମା ବାରିକ, ଚଞ୍ଚଳା ବେହେରା, ସୁବର୍ଣ୍ଣ ଭଞ୍ଜ, ଅଲ୍ ଓଡିଶା ଭାରତୀ ଇନ୍ଫ୍ରା କଣ୍ଟ୍ରାଚୁଆଲ୍ ୟୁନିୟନ୍ ସଭାପତି ସୁଧାଂଶୁ ଭୂଷଣ ସାମଲ, ସମ୍ପାଦକ ମାନସ ରଞ୍ଜନ ପ୍ରଧାନ, ରାଜେନ୍ଦ୍ର ପ୍ରସାଦ ଖଡିରନô, ଅଶ୍ୱୀନ କୁମାର ପ୍ରଧାନ, ଏ.ଆଇ.ସି.ସି.ଟି.ୟୁ. ଜିଲ୍ଲା ସଂଗଠକ ତପନ କୁମାର ମହାନ୍ତି, ଏ.ଆଇ.କେ.କେ.ଏମ୍.ଏସ୍ ଜିଲ୍ଲା ସଭାପତି ସୁବାସ ପ୍ରଧାନ, ଉପସଭାପତି ନବକିଶୋର ପ୍ରଧାନ, ସଞ୍ଜୟ ସାହୁ, ଅନୁଗୁଳ ବାର୍ ଆସୋସିଏସନ୍ର ବରିଷ୍ଠ ଓକିଲ ପ୍ରମୋଦ କୁମାର ପ୍ରଧାନ, ଏ.ଆଇ.ଡି.ୱାଇ.ଓ ରାଜ୍ୟ ସଭାପତି ମାନସ ପାଳ, ଜିଲ୍ଲା ସଭାପତି ନିରଞ୍ଜନ ନାୟକ, ଜ୍ୟୋତ୍ସ୍ନା ସାମଲ, ମଳୟ ବେହେରା, ବିଷ୍ଣୁ ସାହୁ, ଏ.ଆଇ.ଡି.ଏସ୍.ଓ ଜିଲ୍ଲା ସମ୍ପାଦକ ନାରାୟଣ ନାୟକ, ସରୋଜିନୀ ବେହେରା ପ୍ରମୁଖ ସାମିଲ ଥିଲେ ।

Advertisement

Leave a Reply

Your email address will not be published. Required fields are marked *