ସାଧାରଣତନ୍ତ୍ର ଦିବସରେ ସାଇକେଲ ରାଲି

Advertisement

ଅନୁଗୁଳ: ସାଧାରଣତନ୍ତ୍ର ଦିବସରେ ସକାଳ ୧୦ ଘଟିକା ସମୟରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଅଧିନରେ ଏକ ଜିଲ୍ଲାସ୍ତରୀୟ ସାଇକେଲ ରାଲୀ ସହର ପରିକ୍ରମା କରିଥିଲେ। ଏହି ରାଲୀକୁ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ମହୋଦୟ ଉଦ୍‌ଘାଟନ କରିଥିଲେ । ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ୨୦୩୦ ମସିହା ସୁଧା ଭାରତ କୁ ବାଲ୍ ବିବାହ ମୁକ୍ତ କରିବା। ୭୭ ତମ ଗଣତନ୍ତ୍ର ଦିବସ ଅବସରରେ କଲେକ୍ଟରେଟ ପରିସରରେ ଆୟୋଜିତ ଏହି ରାଲୀ ଆରମ୍ଭ ହୋଇ ଅନୁଗୁଳ ବ୍ଲକ ଅଫିସ୍ ସମ୍ମୁଖରେ ଯାଇ ପୂର୍ନହ କଲେକ୍ଟରେଟ ପରିସରରେ ସମାପ୍ତ ହୋଇଥିଲା । ଏହି ରାଲି ରେ କଲେଜ ଛାତ୍ରୀ ଏବଂ ହାଇସ୍କୁଲ ଛାତ୍ରୀ ରାଲୀ ରେ ଅଂଶଗ୍ରହଣ କରିବା ସହିତ ବାଲ୍ ବିବାହ ବିରୋଧରେ ମଜବୁତ ସନ୍ଦେଶ ପହଞ୍ଚାଇଥିଲେ। ଏହି ମାଧ୍ୟମରେ “ବାଲ୍ ବିବାହ ଏକ ଅପରାଧ” ଓ “ଶିଶୁମାନଙ୍କୁ ଶିଖିବାକୁ ଦିଅ, ସ୍ୱପ୍ନ ଦେଖିବାକୁ ଦିଅ” ବାର୍ତ୍ତା ସାଧାରଣ ଲୋକଙ୍କୁ ପହଞ୍ଚାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିରୂପମା ପାଣି ଯୋଗଦେଇ ରାଲୀ ପରିଚାଳନା କରିଥିଲେ। ଉକ୍ତ ରାଲୀ ରେ PO-CUM-PO ଶ୍ରୀମତୀ ରୁନୁ ପ୍ରଧାନ, CDPO, DPC Mamata, CWC Member, DHEW Staff ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ବାଲ୍ ବିବାହ ବିରୋଧରେ ସମାଜକୁ ସଚେତନ କରିଥିଲେ ।

Leave a Reply

Your email address will not be published. Required fields are marked *