କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ କରିବାକୁ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ସାଂସଦ ରୁଦ୍ର ପାଣିଙ୍କ ଚିଠି

Advertisement

ଅନୁଗୁଳ : କଟକ ସମ୍ବଲପୁର ଜାତୀୟ ରାଜପଥ କାର୍ଯ୍ୟ ଖୁବଶୀଘ୍ର ସମ୍ପୂର୍ଣ କରିବାକୁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସାଂସଦ ହେବା ପରଠାରୁ ପ୍ରୟାସ ଜାରି ରଖିଛନ୍ତି |ଏ ସଂକ୍ରାନ୍ତରେ ବାରମ୍ବାର ପାର୍ଲିଆମେଣ୍ଟ ରେ ଦାବୀ ଉପସ୍ଥାପନ କରିବା ସହ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଙ୍କର ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି |ଆଜି ଗୁରୁବାର ସାଂସଦ ଶ୍ରୀ ପାଣି କଟକ (ମଙ୍ଗୁଳି ଛକ ) ଠାରୁ ସମ୍ବଲପୁର 55 ନମ୍ବର ଜାତୀୟ ରାଜପଥ ଖୁବଶୀଘ୍ର ସମ୍ପୂର୍ଣ କରିବାକୁ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି |2017 ମସିହାରେ ଉକ୍ତ ରାସ୍ତା କୁ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଶୁଭ ଦେଇଥିଲେ |

ମୁଁ ଢେଙ୍କାନାଳ ସାଂସଦ ଭାବେ 2024 ରେ ନିର୍ବାଚିତ ହେବା ପରେ ଉକ୍ତ 55 ନମ୍ବର ଜାତୀୟ ରାଜପଥ ପ୍ରସଙ୍ଗରେ ବହୁବାର ବିଭିନ୍ନ ଫୋରମ ରେ ସରକାର ଙ୍କର ଦୃଷ୍ଟି ଆକର୍ଷଣ କରି ଆସିଛି |2024 ଡିସେମ୍ବର 4 ରେ ପାର୍ଲିଆମେଣ୍ଟ ର ଶୂନ୍ୟ କାଳରେ ଉକ୍ତ ପ୍ରସଙ୍ଗ ଉଥାପନ କରିଥିଲି |17/04/2025 ରେ ଭୁବନେଶ୍ୱର ଠାରେ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିଥିଲି, ଏବଂ ବ୍ୟକ୍ତିଗତ ଭାବେ 55 ନମ୍ବର ଜାତୀୟ ରାଜପଥ କାର୍ଯ୍ୟ ସମ୍ପୂର୍ଣ କରିବାକୁ ଅନୁରୋଧ କରିଥିଲି ବୋଲି ସାଂସଦ ଶ୍ରୀ ପାଣି ସଡ଼କ ପରିବହନ ମନ୍ତ୍ରୀ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି |ଆଜି ନୂଆଦିଲ୍ଲୀ ଠାରେ ସାଂସଦ ଶ୍ରୀ ପାଣି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଙ୍କୁ ଭେଟି ବା ସହ ସ୍ୱଲିଖିତ ପତ୍ର ମାଧ୍ୟମରେ ଉକ୍ତ ଜାତୀୟ ରାଜପଥ କାର୍ଯ୍ୟ ଖୁବଶୀଘ୍ର ସମ୍ପୂର୍ଣ କରିବାକୁ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି 

Advertisement

Leave a Reply

Your email address will not be published. Required fields are marked *