Angul News: ଇଣ୍ଡୋ ପାକ୍ ଯୁଦ୍ଧରେ ସହିଦ୍ ସୁଧାକର ବେହେରାଙ୍କ ଧର୍ମପତ୍ନୀ ଉମାଦେବୀଙ୍କୁ ମୁକ୍ତିଯୁଦ୍ଧ ସମ୍ମାନରେ ସମ୍ମାନିତ

Advertisement

Angul News: ତାଳଚେର: ଦୀର୍ଘ ୫୪ ବର୍ଷ ପରେ ମଧ୍ୟ ଆଜି ପ୍ରମାଣିତ ହୋଇଛି ଯେ ସୈନିକ ର ବଳିଦାନ କେବେ ବୃଥା ଯାଇନଥାଏ ।
ତାହା ପୁଣି ନିଜ ମାତୃଭୂମି ପାଇଁ ହେଉ ଅବା ପଡୋଶୀ ଦେଶକୁ ଆଜାଦ୍ କରିବାରେ ଯଦି ଜଣେ ସୈନିକ ନିଜର ପ୍ରାଣର ଆହୁତି ଦେଇଥାଏ ତେବେ ସେ ଚିର କାଳ ପାଇଁ ଆମର ସହିଦ୍ ବୋଲାଇ ଥାଏ ।

ସେଇଭଳି ୫୪ ବର୍ଷ ପୂର୍ବେ ୧୯୭୧ ମସିହା ରେ ପାକିସ୍ଥାନ ଠାରୁ ବାଂଲାଦେଶ କୁ ଆଜାଦ୍ କରିବାକୁ ଯାଇ ଭାରତୀୟ ସେନା ର ଅନେକ ସୈନିକ ନିଜ ପ୍ରାଣର ବଳିଦାନ ଦେଇ ପଡୋଶୀ ଦେଶ ପାଇଁ ବିରଗତିକୁ ପ୍ରାପ୍ତ କରିଥିଲେ ।

ସେଇ ବିର ଯୋଦ୍ଧା ମାନଙ୍କ ମଧ୍ୟରୁ ଜଣେ ଆମ ତାଳଚେର ଏଇ ମାଟିର ବିର ସୁପୁତ୍ର ସହିଦ୍ ଗନର ସୁଧାକର ବେହେରା ଙ୍କୁ ଆଜି ସହିଦ୍ ହେବାରେ ୫୪ ବର୍ଷ ବିତିଯାଥିଲେ ମଧ୍ୟ ବାଂଲାଦେଶ ର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ତଥା ବାଂଲାଦେଶ ସରକାର ତରଫ ରୁ ଭାରତ ସରକାର ଙ୍କର ସହଯୋଗ କ୍ରମେ “ମୁକ୍ତିଯୁଦ୍ଧ ଅର୍ନ୍ତରାଷ୍ଟ୍ରୀୟ ସମ୍ମାନ” ରେ ସହିଦ୍ ସୁଧାକର ବେହେରା ଙ୍କ ଧର୍ମପତ୍ନୀ ଉମାଦେବି (ବିରାଙ୍ଗିନି) ଙ୍କୁ ୨୨ ତାରିଖ (ଶନିବାର) ଦିନ ବିରାଙ୍ଗିନୀ ଙ୍କ ପୈତୃକ ବାସଭବନ ତାଳଚେର ଜେଲ ରୋଡ ଠାରେ ସକାଳ ୧୦ ଘ. ସମୟରେ ଅନୁଗୋଳ ଜିଲ୍ଲା ପୂର୍ବ ସୈନିକ ସଂଘ ର ସହଯୋଗ କ୍ରମେ ସମ୍ମାନିତ କରାଯାଇଅଛି। ଭାରତ ସରକାର ଙ୍କର ପ୍ରତିରକ୍ଷା ମନ୍ତଣାଳୟ ର ଦ୍ୱାରା ଯାହାକି ସହିଦ୍ ଙ୍କ ୟୁନିଟ ର କାର୍ଯ୍ୟରତ ସୈନ୍ୟ ଅଧିକାରୀ ଗୋପାଳ କୃଷ୍ଣା ଅନୁଗୋଳ ଜିଲ୍ଲା ପୂର୍ବ ସୈନିକ ସଂଘ ସଭାପତି ଅନିଲ୍ କୁମାର ମହାନ୍ତି ,ତାଳଚେର ହବ୍ ର ହବ୍ ଇଞ୍ଚାର୍ଜ୍ ଆଦିତ୍ ମହାନ୍ତି, ବିଜୟ ସାହୁ ,ଦେବେନ୍ଦ୍ର ସାହୁ ଏବଂ କଣିହାଁ ହଵ୍ ର ମଧୁସୁଦନ ମହାନ୍ତି ସମେନ୍ତ ୬୦ ରୁ ଉର୍ଦ୍ଧ ପୂର୍ବତନ ସୈନିକ, ଜିଲ୍ଲା ବିଜେପି ମିଡ଼ିଆ ସେଲ୍ ସଂଯୋଜକ ଶ୍ରୀ ପର୍ଶୁରାମ ବାରିକ୍ , ସାମାଜିକ କର୍ମୀ ରଞ୍ଜିତ କୁମାର ମହାପାତ୍ର, ମହିଳା କଲେଜର ପୂର୍ବତନ ଅଧ୍ୟକ୍ଷ ସୌଭାଗିନୀ ଦେବୀ, ଚିନ୍ତାମଣି ମହାପାତ୍ର, ବଳରାମ କୁଣ୍ଡ, ସମାଜସେବୀ ଜିତେନ୍ଦ୍ର ମହାପାତ୍ର, ଅନୁଗୁଳ ସମାଜସେବୀ ପର୍ଶୁରାମ ଦାଶ ଏବଂ ସହର ର କିଛି ବୁଦ୍ଧିଜୀବି ମାନଙ୍କ ଦ୍ବାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Advertisement

Leave a Reply

Your email address will not be published. Required fields are marked *