Odisha News: ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ବୁଧବାର ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ ରେ ଓଡିଶା ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ କର୍ମକର୍ତା ମାନେ ମନ୍ତ୍ରୀ ଙ୍କୁ ଭେଟିଛନ୍ତି | ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ରାଜ୍ୟ ଉପଦେଷ୍ଟା ପର୍ଶୁରାମ ବାରିକ, ରାଜ୍ୟ ସଭାପତି ରଞ୍ଜନ କୁମାର ମଲ୍ଲିକ,ଅନୁଗୁଳ ଜିଲ୍ଲା ସଭାପତି ମାମି ବେହେରା,ଗୁରୁଚରଣ ସାହୁ, ଅଜୟ କୁମାର ବେହେରା, ନିରଞ୍ଜନ ମଟାରି, ଏମ. ଡି. ଅନୁଆର ହୁସେନ, ସଲିମ୍ ଲସ୍କର, ରାଜ୍ୟ ଉପ କୋଷାଧ୍ୟକ୍ଷ ଇ- ନରେଶ ଡୋରା, ରାମଚନ୍ଦ୍ର ସାହୁ ଓ ରମାକାନ୍ତ ବେହେରା ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧନା ଜଣାଇଥିଲେ |ଗୃହରକ୍ଷୀ ମାନଙ୍କର ବିଭିନ୍ନ ସମସ୍ୟା ଉପରେ କେନ୍ଦ୍ରମନ୍ତ୍ରୀ ଙ୍କ ସହ ଆଲୋଚନା କରିଥିଲେ |ଗୃହରକ୍ଷୀ ମାନଙ୍କର ରାଜ୍ୟ ସମ୍ମିଳନୀ ରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ |
Odisha News: ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଭେଟିଲେ

