Angul News: ଜିଲ୍ଲା ବାଣିଜ୍ୟ ସଂଘ ପକ୍ଷରୁ ଜିଏସଟି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Advertisement

Angul News ଅନୁଗୁଳ : ଜୟପୁରରେ ଜିଏସଟି ବିଭାଗର ଆକ୍ରୋଶ ମୂଳକ ଚଢ଼ାଉ ଯୋଗୁଁ ଜଣେ ଜଣାଶୁଣା ସୁନା ବ୍ୟବସାୟୀଙ୍କ ହୃଦ ଘାତରେ ମୃତ୍ୟୁ ଅଭିଯୋଗରେ ଆଜି ଅନୁଗୁଳ ସୁନା ବ୍ୟବସାୟୀ ସଂଘ ଏବଂ ବଣିକ ସଂଘ ପକ୍ଷରୁ ଜିଏସଟି କାର୍ଯ୍ୟାଳୟ ସମ୍ମୁଖରେବିକ୍ଷୋଭ ପ୍ରଦର୍ଶନ। ଜିଲ୍ଲାର ଶତାଧିକ ବ୍ୟବସାୟୀ ଶୋଭାଯାତ୍ରାରେ ଆସି ଜିଏସ ଟି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ ପ୍ରତିବାଦ ସଭା କରିଥିଲେ। ଜିଏସଟି ବିଭାଗର ଅଧିକାରୀମାନେ ଜାଣିଶୁଣି ବିଭିନ୍ନ ପର୍ବପର୍ବାଣୀରେ ସୁନା ଦୋକାନ ଗୁଡିକ ଉପରେ ଚଢ଼ାଉ କରୁଛନ୍ତି। ସୁନା ଦୋକାନି ମାନେ କୋଟି କୋଟି ଟଙ୍କା ଋଣ କରି କିଛି ରୋଜଗାର କରିବାର ଯେଉଁ ଆଶା ରଖିଥାନ୍ତି ତାହା ହୋଇ ପାରୁ ନାହିଁ। ଏହାଛଡା ଅନ୍ୟ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ଉପରେ ଉଦେଶ୍ୟ ମୂଳକ ଭାବେ ଚଢ଼ାଉ କରାଯାଉଛି। ଅନେକ ବ୍ୟବସାୟ ପ୍ରତିଷ୍ଠାନ ବିନା ଜିଏସଟିରେ ଚାଲିଥିଲେ ମଧ୍ୟ ସେଗୁଡିକ ପ୍ରତି ଜିଏସଟି ବିଭାଗର ନଜର ପଡୁନାହିଁ। ତେଣୁ ଜିଏସଟି ଅଧିକାରୀମାନେ ମନଇଚ୍ଛା ଚଢ଼ାଉ କରି ବ୍ୟବସାୟୀ ମାନଙ୍କ ମନୋବଳ ଭାଙ୍ଗିବା ସହ ବ୍ୟବସାୟୀ ମାନଙ୍କ ଅପରାଧୀ ସଜାଇ ଦେଉଛି ବୋଲି ସଂଘ ଅଭିଯୋଗ କରିଛି। କିଛି ସମୟ ପାଇଁ ସେଠାରେ ଉତ୍ତେଜନମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବ୍ୟବସାୟୀମାନେ ଜୋର ଜବରଦସ୍ତ କାର୍ଯ୍ୟାଳୟ ଫାଟକ ଖୋଲି ଧସେଇ ପଶିଥିଲେ। ଜିଏସଟି ଅଧିକାରୀ ମାନଙ୍କ ସହ ଉଚବାଚ ହୋଇଥିଲା। ଆଗାମୀ ଦିନରେ ଜିଏଆଟି ଅଧିକାରୀ ମାନେ ମନଇଚ୍ଛା ଚଢାଇ କଲେ ଅନୁଗୁଳ ଜିଲାକୁ ସମ୍ପୁର୍ଣ୍ଣ ବନ୍ଦ କରିଦିଆଜିବ ବୋଲି ଚେତାବନି ଦେଇଛି ସଂଘ।

Advertisement

Leave a Reply

Your email address will not be published. Required fields are marked *