triranga Jatra: ତାଳଚେରରେ ବିଜେପିର ତ୍ରିରଙ୍ଗା ଯାତ୍ରା

Advertisement

ତାଳଚେର: ତାଳଚେରରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ବିଜେପି ଯୁବମୋର୍ଚା ଦ୍ୱାରା ଆୟୋଜିତ ବରିଷ୍ଠ ବିଜେପି ନେତା ତଥା ତାଳଚେର ବିଧାନସଭାର ବିଜେପି ନେତା କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ଶତାଧିକ ବିଜେପି କାର୍ଯ୍ୟକର୍ତା ପ୍ରବଳ ବର୍ଷାକୁ ଖାତିର ନକରି ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ ତ୍ରିରଙ୍ଗା ପତାକା ଧରି ସାମିଲ ହୋଇଥିଲେ।

ତାଳଚେର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସହିଦ ସ୍ତମ୍ଭ ଠାରୁ ସହର ପରିକ୍ରମା କରି ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତି ନିକଟରେ ଶୋଭାଯାତ୍ରା ଶେଷ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ୱାନ କ୍ରମେ ସାରା ଦେଶରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଛି। କଷ୍ଟଲବ୍ଧ ସ୍ୱାଧୀନତାକୁ ମନେପକେଇବା ପାଇଁ ତ୍ରିରଙ୍ଗା ଯାତ୍ରା ତଥା ସମସ୍ତ ଦେଶବାସୀ ଏହାକୁ ପର୍ବ ଭଳି ପାଳନ କରିବାକୁ ବରିଷ୍ଠ ବିଜେପି ନେତା କାଳନ୍ଦୀ ସାମଲ ଆହ୍ୱାନ ଦେଇଥିଲେ। ତାଳଚେର ନିର୍ବାଚନ ମଣ୍ଡଳୀର ସମସ୍ତ 6ଟି ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତା ଓ ପଦାଧିକାରୀଙ୍କ ସମେତ ଯୁବମୋର୍ଚାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *