Odisha News: ସ୍ୱାସ୍ଥ୍ୟ ସମ୍ବାଦ କାର୍ଯ୍ୟକ୍ରମ ଉଦଘାଟିତ

Advertisement

Odisha News: ଭୁବନେଶ୍ୱର: ନୀତି ଆୟୋଗ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧିନରେ ଜାରି ରହିଥିବା ସମ୍ପୂର୍ଣ୍ଣତା ଅଭିଯାନରେ ସୂଚକାଙ୍କ ଶତପ୍ରତିଶତ ପୁରଣ ଦିଗରେ ବ୍ଲକ ପ୍ରଶାସନ ଦ୍ଵାରା ଅଭିନବ ପଦକ୍ଷେପ ଭାବେ “ସ୍ୱାସ୍ଥ୍ୟ ସମ୍ବାଦ” କାର୍ଯ୍ୟକ୍ରମ ଗୁରୁବାର ଦିନ ଆୟୋଜିତ ହୋଇଯାଇଛି। ଫିରିଙ୍ଗିଆଠାରେ ଏହି କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ରହିଥିବା ସୂଚକାଙ୍କୁ ଶତପ୍ରତିଶତ ପୁରଣ ଦିଗରେ ସମାଜର ସମସ୍ତ କ୍ଷେତ୍ରର ଲୋକଙ୍କୁ ନେଇ ୩୦ସେପ୍ଟେମ୍ବର,୨୦୨୪ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ।

ଫିରିଙ୍ଗିଆ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅନୁପ ଅଭିଷେକ ବେହେରା କାର୍ଯ୍ୟକ୍ରମକୁ ଉଦଘାଟିତ କରି ନିଜ ବକ୍ତବ୍ୟରେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ଅଧିକାରୀଙ୍କୁ ନିଜର ସହଯୋଗରେ ଏହି ଅଭିଯାନକୁ ସଫଳ ରୂପାୟନ କରିବାକୁ ଆହ୍ଵାନ କରିଥିଲେ। ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ ଦ୍ଵାରା ସ୍ୱାସ୍ଥ୍ୟ ସମ୍ବାଦର ଉଦ୍ଦେଶ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ପଦାଧିକାରୀ ଓ ପିରାମଲ ଫାଉଣ୍ଡେସନ୍, କନ୍ଧମାଳର ପ୍ରତିନିଧି ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *