Angul News: ରକ୍ତ ଦେବା ଆଳରେ ଟଙ୍କା ହଡ଼ପ

Advertisement

Angul News: ଅନୁଗୁଳ : ରକ୍ତ ପାଇଁ ଟଙ୍କା ଦେବା ପରେ ଠକେଇ ର ଶିକାର ହୋଇଛନ୍ତି ଯୁବତୀ। ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ରକ୍ତ ଭଣ୍ଡାର ଠାରେ ଘଟିଛି ଏଭଳି ଏକ ଘଟଣା। ଜିଲ୍ଲାର ପାଳଲହଡା ବ୍ଲକ ଓଡଶ ଗାଁର ନଟୁ ଗୋଚ୍ଛାୟତଙ୍କ ପତ୍ନୀ ଚେମା ନାୟକ ଗୁରୁତ୍ତର ହେବାରୁ ଚିକିତ୍ସା ପାଇଁ ପ୍ରଥମେ ଖାମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ। ଆଜି ତାଙ୍କର ରକ୍ତ ଆବଶ୍ୟକ ପଡିବାରୁ ତାଙ୍କର ଝିଆରୀ ନନ୍ଦିନୀ ନାୟକ ଜିଲ୍ଲା ରକ୍ତ ଭଣ୍ଡାରକୁ ରକ୍ତ ପାଇଁ ଆସିଥିଲେ ସେଠାରେ ରକ୍ତ କମ୍ ଅଛି ଆଉ ଗୋଟେ ରକ୍ତ ଦେଲେ ରକ୍ତ ମିଳିବ ବୋଲି କରିଥିଲେ।

ପରେ ନନ୍ଦିନୀ କିଏ ରକ୍ତ ଦେବ ବୋଲି ଲୋକ ଖୋଜୁଥିବା ସମୟରେ ରକ୍ତ ଭାଣ୍ଡର ସମ୍ମୁଖରେ ଏକ୍ ଦଲାଲ୍ ମୁଁ ରକ୍ତ ଦେବୀ ବୋଲି କରିଥିଲେ। କିନ୍ତୁ ମୁଁ ସକାଳୁ କିଛି ଖାଇ ନାହିଁ ମୋତେ ଖାଇବା ପାଇଁ ୮୦୦ ଟଙ୍କା ମାଗିଥିଲେ। ନନ୍ଦିନୀ ରକ୍ତ ନିହାତି ଆବଶ୍ୟକ ଥିବାରୁ ଆଉ କିଛି ଚିନ୍ତା ନ କରି ମୋ ପାଖରେ ୫୦୦ ଟଙ୍କା ଅଛି ତମେ ଖାଇ କି ଆସ ଓ ଆସିଲେ ବାକି କଥା ବୁଝିବି ବୋଲି କହିଥିଲେ। ନନ୍ଦିନୀ ଦଲାଲ କୁ ୫୦୦ ଟଙ୍କା ଦେବାପରେ ସେ ଖାଇବାକୁ ଯାଇ ଆଉ ଆସି ନଥିଲେ ସେପଟେ ନନ୍ଦିନୀ ରକ୍ତ ପାଇଁ ଅପେକ୍ଷା କରି ବସିଥିଲେ। ହେଲେ ଏଠାରେ କଥା ଉଠୁଛି ଚିକିତ୍ସାଳୟ ରେ ମାଲ ମାଲ ସୁରକ୍ଷା କର୍ମୀ ଥିବା ବେଳେ ଦଲାଲ୍ ମାନେ ଏଭଲି ଲୋକଙ୍କୁ ଲୁଟିବା ଏବେ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଠି କରିଛି।

Advertisement

Leave a Reply

Your email address will not be published. Required fields are marked *