Angul News : ତ୍ରୁଟିପୂର୍ଣ୍ଣ ମୋତିଆ ବିନ୍ଦୁ ଅପରେସନ ଅଭିଯୋଗ ପରେ ସିଲ ହେଲା ଚକ୍ଷୁ କ୍ଲିନିକ

Advertisement

Angul News : ଅନୁଗୁଳ ସହରର ଅମଲାପଡା ଠାରେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଚନ୍ଦ୍ର ଶେଖର ପ୍ରଧାନଙ୍କ ପ୍ରାଇଭେଟ କ୍ଲିନିକ ପ୍ରଧାନ ଆଇ କେୟାରକୁ ଜଉ ମୁଦ ଦେଇ ସିଲ କରିଛି ପ୍ରଶାସନ। ଜିଲାପାଳଙ୍କ ନିର୍ଦେଶ କ୍ରମେ ଆଜି ପୂର୍ବାହ୍ନରେ ଏହି କ୍ଲିନିକକୁ ସିଲ କରିଛନ୍ତି ଉଭୟ ସ୍ୱାସ୍ଥ୍ୟ ଓ ଜିଲ୍ଲା ପ୍ରଶାସନ ର ଅଧିକାରୀ । ସମ୍ପୃକ୍ତ କ୍ଲିନିକ ରେ ରୋଗୀ ସମୂହ ଙ୍କ ର ମୋତିଆ ବିନ୍ଦୁ ଅପରେସନ ପରେ ସେମାନେ ଗୁରୁତର ହେବା ଏହାଛଡା ସେମାନଙ୍କ ମଧ୍ୟରୁ ଅନେକ ଙ୍କ ଆଖି କୁ ନଦେଖାଯିବା ନେଇ ଅଭିଯୋଗ ପରେ ଏଭଳି କଠୋର ପଦକ୍ଷେପ ନେଇଛି ଅନୁଗୁଳ ଜିଲା ପ୍ରଶାସନ।

ସୂଚନା ମୁତାବକ ଗତ ତା ୨୦ ତାରିଖରେ ରେ ଅନୁଗୋଳ ସହରର ସମୃକ୍ତ ଚକ୍ଷୁ କ୍ଲିନିକ ରେ ପ୍ରାୟ ୧୩ ଜଣ ରୋଗୀ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଇଥିଲେ। ଅସ୍ତ୍ରୋପଚାର ପରେ ପରେ ସବୁ ରୋଗୀ ସଂକ୍ରମିତ ହୋଇପଡି ଥିଲେ। କ୍ଲିନିକ ମୁଖ୍ୟ ଡ଼ା ଚନ୍ଦ୍ରଶେଖର ପ୍ରଧାନ ଖବର ପାଇବା ପରେ ସମସ୍ତ ଙ୍କୁ ବୁର୍ଲା ଭୀମସାର କୁ ସ୍ଥାନାନ୍ତର କରିଥିଲେ ।

ଗତ ୨୦ ତାରିଖରେ ଅନୁଗୋଳ, ବଅଁରପାଳ ଓ ଆଠମଲ୍ଲିକ ଅଞ୍ଚଳର ୧୩ ଜଣ ରୋଗୀଙ୍କ ଡାକ୍ତର ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାରର ୨୪ ଘଣ୍ଟା ପର୍ଯ ପର୍ଯ୍ୟନ୍ତ ସଭିଏଁ ଭଲ ଥିଲେ। ଏହାପରେ ରୋଗୀମାନେ ଆଖିରେ ଯନ୍ତ୍ରଣ ଅନୁଭବ କରିବା ଓ ମୁଣ୍ଡବ୍ୟଥା ଆଦି ହେଉଥ‌ିବା ଅଭିଯୋଗ କରିଥିଲେ। ସବୁ ରୋଗୀଙ୍କ ସମାନ ଅସୁବିଧା ଥିବା ନେଇ ବୁର୍ଲା ମେଡିକାଲ ଭର୍ତ୍ତି କରାଇଛନ୍ତି।୭ ଜଣ ରୋଗୀଙ୍କୁ ବୁର୍ଲା ମେଡ଼ିକାଲ ଡାକ୍ତର ଦିସଚାର୍ଜ କରିଛନ୍ତି।ବର୍ତ୍ତମାନ ସୁଦ୍ଧା ୬ ଜଣ ରୋଗୀ ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି। ସେଥି ମଧ୍ୟରୁ କେତକ ରୋଗୀ ଆଂଶିକ୍ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *