Angul News : ଜୁନ ୨୫କୁ ବିଜେପି ପାଳିଲା କଳା ଦିବସ

Advertisement

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଆଜିର ଦିନ ଜୁନ୨୫ କୁ କଳା ଦିବସ ଭାବେ ପାଳନ କରାଯାଇଛି।ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ ଙ୍କର ପୌରହିତ୍ୟ ରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ କଳା ଦିବସ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା ଯୋଗ ଦେଇ ଆଜିର ଦିନରେ ୧୯୭୫ ମସିହାରେ ତତ୍କାଳୀନ କଂଗ୍ରେସ ସରକାର ନାଗରିକ ଅଧିକାର କ୍ଷୁର୍ଣ୍ଣ କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଲକ୍ଷ ଲକ୍ଷ ବ୍ୟକ୍ତିଙ୍କୁ ଅନ୍ୟାୟୋଚିତ ଭାବେ ଗିରଫ କରି ଜେଲରେ ରଖିଥିଲେ,ଯାହାକି ଦେଶରେ ପ୍ରଚଳିତ ଆଇନ ବ୍ୟବସ୍ଥା ପ୍ରତି କୁଠାରଘାତ।

ସେଥିପାଇଁ ବିଜେପି ଆଜିର ଦିବସ କୁ କଳା ଦିବସ ଭାବେ ପାଳନ କରୁଛି ବୋଲି କହିଥିଲେ।ମୁଖ୍ୟ ବକ୍ତା ଭାବେ ପ୍ରଫେସର ଶାନ୍ତନୁ ସର, ଅନ୍ୟତମ ବକ୍ତା ଭାବେ ଅଧ୍ୟାପକ ବିଶ୍ୱରଂଜନ ପ୍ରଧାନ, ସାହିତ୍ୟିକ ଅକ୍ଷୟ ପଟ୍ଟନାୟକ, ପୂର୍ବତନ ଅମଲା ସଂଘ ସଭାପତି ପ୍ରଭାସ ସାହୁ ଯୋଗଦେଇ ୧୯୭୫ ମସିହା ଆଜିର ଦିନରେ କିଭଳି ଭାବେ କଂଗ୍ରେସ ସରକାର ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ନିଜର ଏକଛତ୍ର ବାଦ ଶାସନ ଚଳାଇବା ଲକ୍ଷରେ ଶାସନ ତନ୍ତ୍ର କୁ ଲଗାଇ ଭାରତର ସମ୍ବିଧାନ ଏବଂ ଗଣତନ୍ତ୍ର ର କଣ୍ଠରୋଧ କରି ବର୍ବର ଚିତ ଭାବେ ଜରୁରୀକାଳୀନ ପରିସ୍ଥିତି ଦେଶରେ ଲାଗୁ କରିଥିଲେ।କଥା କହିବାର ନାଗରିକ ମାନଙ୍କର ଅଧିକାର କ୍ଷୁର୍ଣ୍ଣ କରିଥିଲେ।ଅନ୍ୟାୟୋଚିତ ଭାବେ ଦେଶର କୋଣ ଅନୁକୋଣରେ ଲକ୍ଷ ଲକ୍ଷ ନାଗରିକ ଙ୍କୁ ଗିରଫ କରି ଜେଲ ପଠା ଯାଇଥିଲା।ପରବର୍ତ୍ତୀ ସମୟରେ ତାହା ବେଶୀ ସମୟ ତିଷ୍ଠି ପାରି ନଥିଲା।ସମଗ୍ର ଦେଶରେ କଂଗ୍ରେସ ସରକାର ବିରୁଦ୍ଧରେ ବ୍ୟାପକ ଜନ ଆନ୍ଦୋଳନ ଦେଖା ଦେଇଥିଲା।ଶେଷରେ କଂଗ୍ରେସ ସରକାର ର ପତନ ଘଟିଥିଲା।ବିଜେପି ପକ୍ଷରୁ ଏହି କଳା ଦିବସ ପାଳନ କାର୍ଯ୍ୟକ୍ରମକୁ ବରିଷ୍ଟ ବିଜେପି ନେତା ଦିଲ୍ଲୀପ ପ୍ରଧାନ ସଂଯୋଜନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡନାୟକ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ବିଜୟ ମାଝି, ପ୍ରତିମା ମିଶ୍ର, ସୁଚିସ୍ମିତା ତ୍ରିପାଠୀ, ଦୁଖବନ୍ଧୁ ସାହୁ, ମିଳାପ ପ୍ରଧାନ ଙ୍କ ସମେତ ଜିଲ୍ଲା ନେତୃବୃନ୍ଦ ବୁଦ୍ଧିଜୀବୀ ଙ୍କ ସମେତ ଶତାଧିକ ଜନ ସାଧାରଣ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *