ବଅଁରପାଳରେ ବିଜେଡିର ଆଶୀର୍ବାଦ ସମାବେଶ, ଯୋଡ଼ିଶଙ୍ଖରେ ଭୋଟ ପାଇଁ ନିବେଦନ

Advertisement

Angul News ଅନୁଗୁଳ : ସାଧାରଣ ନିର୍ବାଚନ ପୂର୍ବରୁ ବଅଁରପାଳ ବ୍ଲକ୍‌ ସନ୍ତ୍ରୀ ପଡ଼ିଆରେ ଆଶୀର୍ବାଦ ସମାବେଶ କରି ଭୋଟଭିକ୍ଷା କରିଛି ବିଜେଡି। ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଡା. ଅବିନାଶ ସାମଲ ଓ ବିଧାୟକ ପ୍ରାର୍ଥୀ ସଂଯୁକ୍ତା ସିଂହ ଲୋକଙ୍କ ସହଯୋଗ କାମନା କରିବା ସହ ଯୋଡ଼ିଶଙ୍ଖରେ ଭୋଟ ଦେଇ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଛନ୍ତି।

ବିଜେଡି ଏଥର ଅନୁଗୁଳରେ ଜଣେ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇ ମହିଳାଙ୍କୁ ସମ୍ମାନିତ କରିଛନ୍ତି। ମହିଳାଙ୍କ ପ୍ରତି ନବୀନବାବୁଙ୍କ ଏହି ସମ୍ମାନକୁ ଭୋଟରେ ରୂପାନ୍ତରିତ କରିବାକୁ ଅନୁରୋଧ କରିଥିଲେ ସଂଯୁକ୍ତା ସିଂହ। ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳାଙ୍କୁ ଗୁରୁତ୍ବ ଦେଇ ଆସିଛନ୍ତି। ମହିଳାଙ୍କ ଉନ୍ନତି ପାଇଁ ଅନେକ ଜନହିତକର ଯୋଜନା କରିଛନ୍ତି। ଏଥିପାଇଁ ଆଜି ଗାଁ ଗାଁରେ ମହିଳା ସଶକ୍ତୀକରଣ ହୋଇପାରିଛି ବୋଲି ଶ୍ରୀମତି ସିଂହ କହିଥିଲେ। ସେହିପରି ସାଂସଦ ପ୍ରାର୍ଥୀ ଡା. ଅବିନାଶ ସାମଲ କହିଥିଲେ, ଅନୁଗୁଳ ହେଉଛି ସ୍ବାଭିମାନର ମାଟି। ଏଠାରେ ଜଣେ ମହିଳା ଓ ଜଣେ ଯୁବକଙ୍କୁ ଟିକେଟ ଦେଇ ନବୀନ ବାବୁ ଯେଉଁ ଧାରା ତିଆରି କରିଛନ୍ତି, ତାକୁ ଆମେ ସମସ୍ତେ ଆଗେଇ ନେବାକୁ ପଡ଼ିବ। ଏଥର ଯୋଡ଼ିଶଙ୍ଖରେ ଭୋଟ ଦେବାକୁ ସେ ଅନୁ‌ରୋଧ କରିବା ସହ ନବୀନ ବାବୁଙ୍କ ବିକାଶମୂଳକ କାମକୁ ଘରେ ଘରେ ପହଞ୍ଚାଇବା ପାଇଁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମାବେଶରେ ବିଜେଡି ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ, ବିଧାନସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଚିନ୍ମୟ କୁମାର ସାହୁ, ବିଧାୟକ ରଜନୀକାନ୍ତ ସିଂହ, ବିପ୍ଳବ ଜେନା, ମୀନକେତନ ଅମାନ୍ତ, ବିଜୟ ନାଥ, ମହେନ୍ଦ୍ର ବସ୍ତିଆ, ମୁନା ସାମନ୍ତ, ଗୋପାଳ ନାୟକ, ଦୁର୍ଗାଚରଣ ପ୍ରଧାନ, ମନୋଜ ପ୍ରଧାନ, ବିଜୟ ନାଥ, ଅରୁଣାଭ ସିଂହ, ଅରୂପ ଶ୍ରୀଚନ୍ଦନଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ସମାବେଶରେ ଅନୁଗୁଳ ନିର୍ବାଚନମଣ୍ଡଳୀରୁ ହଜାର ହଜାର କର୍ମୀ ଓ ସାଧାରଣ ଲୋକ ଯୋଗ ଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *