Angul News: ତାଳଚେରରେ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ Dharmendra Pradhan

Advertisement

Angul News: ତାଳଚେର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହୋଇ ମା’ଙ୍କ ଉଭାସ୍ଥଳରେ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

ମା’ ହିଙ୍ଗୁଳାଙ୍କ ଦର୍ଶନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅଗ୍ନିରୂପା ମା’ ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘର ଠାକୁରାଣୀ । ମା’ଙ୍କ ଦର୍ଶନ ସହ ଉଭାସ୍ଥଳରେ ପୂଜାର୍ଚ୍ଚନା କରିବା ମୋର ସୌଭାଗ୍ୟ । ଆବାହମାନକାଳରୁ ଜାରି ରହିଥିବା ଏହି ପରମ୍ପରା ଭକ୍ତଙ୍କ ଭରସା ଓ ବିଶ୍ୱାସର ପ୍ରତୀକ । ମା’ ଆଶୀର୍ବାଦରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ୱପ୍ନ ପୂରଣ ହେଉ । ଓଡ଼ିଆ ଅସ୍ମିତା ସର୍ବଦା ବଜାୟ ରହିବା ସହ ସମସ୍ତ ଶ୍ରଦ୍ଧାଳୁଙ୍କ ମନୋସ୍କାମନା ପୂରଣ ହେଉ ବୋଲି ମା’ଙ୍କ ପାଖରେ ପ୍ରାର୍ଥନା କରିଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ଯାତ୍ରୀରେ ନାଗରିକଙ୍କ ସହ ସାମିଲ ହୋଇ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବିତରଣ କରିଥିଲେ । କୋରାପୁଟର ଗୁପ୍ତେଶ୍ୱରରୁ ଆସିଥିବା ଜଣେ ଦୋକାନୀଙ୍କ ଠାରୁ ଝୁଣା କରିବା ସହ ଘରୋଇ ଉପକରଣ ସାମଗ୍ରୀ କିଣିଥିଲେ ।

ଏହାବ୍ୟତିତ ସେବା କାର୍ଯ୍ୟରେ ନିୟୋଜିତ ‘ଓଡ଼ିଶା ଡ୍ରାଇଭର ମହାସଂଘ’ର କର୍ମଚାରୀ ମାନଙ୍କୁ ଭେଟି ସେମାନଙ୍କ କାର୍ଯ୍ୟକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ । ସେ କହିଛନ୍ତି ଏକ ଦାୟିତ୍ୱ ସମ୍ପନ୍ନ ଗୋଷ୍ଠୀ ଭାବେ ସମାଜ ନିର୍ମାଣରେ ବଡ ଯୋଗଦାନ ରଖୁଥିବା ଡ୍ରାଇଭର ମହାସଂଘ ଆଜି ଭଳି ଦିନରେ ଜୀବିକା ସହ ମାନବସେବା କାର୍ଯ୍ୟରେ ଲାଗିବା ପ୍ରଶଂସନୀୟ । ଓଡିଶାରେ ନିଃସ୍ୱାର୍ଥପର ଭାବେ ଜନସଂଗଠନ କାମରେ ଲାଗିଥିବା ଓଡ଼ିଶା ଡ୍ରାଇଭର ମହାସଂଘ ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ । ତାଳଚେର ଓ ଅନୁଗୋଳରେ ପରିବହନ ସୁବିଧା ଏବଂ ଅର୍ଥନୀତିକୁ ମଜଭୂତ୍ କରିବାରେ ସେମାନଙ୍କ ଯୋଗଦାନ ଅତୁଳନୀୟ । କେନ୍ଦ୍ରମନ୍ତ୍ରୀ ଙ୍କ ସହ ତାଙ୍କ ଧର୍ମପତ୍ନୀ ତଥା ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷା ମୃଦୁଲା ଠାକୁର ପ୍ରଧାନ, ବିଜେପି ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି,ବିଜେପି ତାଳଚେର ବିଧାନସଭା ପ୍ରାର୍ଥୀ କାଳନ୍ଦି ସାମଲ,ବିଜେପି ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା, ବିଜେପି ଅନୁଗୁଳ ଯୋନ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ,ହିଙ୍ଗୁଳା ମଣ୍ଡଳ ସଭାପତି ରାଜେନ୍ଦ୍ର ସିଂହ,ଶ୍ରମିକ ନେତା ଅରୁଣ କୁମାର ପ୍ରଧାନ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Advertisement

ଏହା ପରେ ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଲେଇ ଗ୍ରାମରେ ମା’ କଳାପାଟ ମନ୍ଦିର, ତୁବେ ଗ୍ରାମ ପଞ୍ଚାୟତରେ ମା’ ହିଙ୍ଗୁଳା ମନ୍ଦିର, ମହାପ୍ରଭୁ ବ୍ରଜମୋହନ ମନ୍ଦିରରେ ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଦର୍ଶନ ଲାଭ କରିବା ପରେ ସ୍ଥାନୀୟ ଅଞ୍ଚଳର ଗୁରୁଜନ ଓ ମାତୃଶକ୍ତିଙ୍କୁ ଭେଟି ମୋଦୀଙ୍କୁ ଦେଶରେ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ସହ ଓଡ଼ିଶାରେ ବିଜେପିର ସରକାର କରିବା ପାଇଁ ସହଯୋଗ କାମନା କଲି । ଜନତାଙ୍କ ଆକାଂକ୍ଷା ଓ ଅପେକ୍ଷାକୁ ପୂରଣ କରିବା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ ।

Leave a Reply

Your email address will not be published. Required fields are marked *