୩୮ତମ ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ

Advertisement

ଅନୁଗୁଳ: ଅନୁଗୁଳର ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ଦ୍ଵାରା ସଭାଘରଠାରେ ଦୁଇଦିନିଆ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଉଦଘାଟନ ହୋଇଯାଇଛି।ରବିବାର ପୂର୍ବାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି,ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଦୁଃଶାସନ ନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।କଳାକାରର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନ ସ୍ବାଗତ ଅଭିଭାଷଣ ସହ କଳାକାରର ବୋଇତ ବନ୍ଦାଣ ମହୋତ୍ସବର ସମ୍ୟକ ବିବରଣୀ ରଖିଥିଲେ। ଲୁପ୍ତ ପ୍ରାୟ କଳା ସଂସ୍କୃତିକୁ ଉଜ୍ଜୀବିତ ରଖିବାକୁ କଳାକାର ତାର ନିରନ୍ତର ପ୍ରୟାସ ଜାରି ରଖିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ସମ୍ପାଦକ ବିଭୂତି ଭୂଷଣ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ।ବିଲୁପ୍ତ ପ୍ରାୟ କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ କଳାକାରର ପ୍ରୟାସ ସର୍ବାଗ୍ରେ ରହିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ନିଜ ବକ୍ତବ୍ୟରେ କହିଥିଲେ।

୩୮ ବର୍ଷ ଧରି କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ କଳକାରର ପ୍ରୟାସକୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାପାତ୍ର ପ୍ରଶଂସା କରିବା ସହ କଳାକାର ପରିବାରର ସମସ୍ତ ସଦସ୍ୟଙ୍କ ଦୃଢ଼ ପ୍ରତିଶ୍ରୁତି ବଦ୍ଧତା , ଅକ୍ଲାନ୍ତ ପରିଶ୍ରମ ଆଜି କଳା ସଂସ୍କୃତିକୁ ନୂଆଁ ଦିଶା ଦେଖାଇଛି।ସଂସ୍କୃତି ଓ ପରମ୍ପରା ସୁଦୃଢ଼ ହେଲେ ସୁସ୍ଥ ସମାଜ ଗଠନ ହୋଇ ପାରିବ।ଓଡ଼ିଶାର ସଂସ୍କୃତି ପୂର୍ବରୁ ସମୃଦ୍ଧ ଥିଲା। ଧିରେ ଧିରେ ଆଧୁନିକତାର ପ୍ରବେଶ ଫଳରେ ହିନ ମାନ୍ୟତା ପ୍ରକାଶ ପାଇଛି। ।ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗୀତା ମନୋଭାବ ସୃଷ୍ଟିକରି ମାନବ ସମ୍ବଳକୁ କଳାକାରର ଏ ଉଦ୍ୟମ ବିକଶିତ କରି ପାରୁଛି ବୋଲି ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଥିଲେ। ରଙ୍ଗୋଭର, ଚିତ୍ରାଙ୍କନ,ଓଡ଼ିଶୀ,ଦଳଗତ ଲୋକନୃତ୍ୟରେ ୮୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ରଙ୍ଗୋଭର ଓ ଚିତ୍ରାଙ୍କନର ବିଚାରକ ଭାବେ ଶ୍ରୀଯୁକ୍ତ ବିଜୟ ରାଉତ , ଶ୍ରୀଯୁକ୍ତ ପ୍ରଶାନ୍ତ ଦାସ ମୂଲ୍ୟାଙ୍କନ କରିଥିଲେ। ଓଡ଼ିଶୀ ନୃତ୍ୟ ଓ ଦଳଗତ ଲୋକନୃତ୍ୟରେ ଗୁରୁ ଶ୍ରୀ ଅଜୟ କୁମାର ଚୌଧୁରୀ ଓଡ଼ିଶୀ ସଙ୍ଗୀତ ବିଶାରଦ ଓ ଗୁରୁ ଶ୍ରୀ ନିରଞ୍ଜନ ରାଉତ ଓଡ଼ିଶୀ ଓ ଛଉ ନୃତ୍ୟ ଗୁରୁ ବିଚାରକ ଭାବେ ପ୍ରତିଭା ଚୟନ କରିଥିଲେ।ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୁଳ ପୌର ପାଳି କାର ପୂର୍ବତନ ନଗର ପାଳ ଶ୍ରୀଯୁକ୍ତ ପ୍ରତାପ ପ୍ରଧାନ ଯୋଗ ଦେଇଥିଲେ।କଳାକାର ପରିବାର ଆମ ଅନୁଗୁଳ ବାସିଙ୍କର ,ତାଙ୍କ କାର୍ଯ୍ୟକୁ ଆମେ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପ୍ରଧାନ ନିଜ ଅଭିଭାଷଣରେ କହିଥିଲେ।ଶ୍ରୀ ପ୍ରଧାନଙ୍କ ଦ୍ଵାରା ଗୁରୁ ଶ୍ରୀ ଅଜୟ କୁମାର ଚୌଧୁରୀ ଓ ଗୁରୁ ଶ୍ରୀ ନିରଞ୍ଜନ ରାଉତ ଙ୍କୁ ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯାଇଥିଲା।

ରଙ୍ଗୋଭର ଶିଶୁରେ ପ୍ରଥମ ଶ୍ରିନଜୟେ ରାୟ ,ଦ୍ୱିତୀୟ ଅରୋପ୍ରିତ୍ ସାହୁ , ତୃତୀୟ ସମ୍ ପ୍ରିତ୍ ଗଡନାଏକ , କନିଷ୍ଠରେ ପ୍ରଥମ ରାମ କ୍ରୀଷ୍ଣା ବେହେରା,ଦ୍ୱିତୀୟ ସ୍ମାଇଲ ସବନମ,ତୃତୀୟ ରଶ୍ମିତା ମଲ୍ଲିକ, ଚିତ୍ରାଙ୍କନ ସର୍ବକନିଷ୍ଠରେ ପ୍ରଥମ ଅର୍ମାନ୍ ପାତ୍ର, ଦ୍ୱିତୀୟ ସ୍ମାଇଲ ସବନମ , ତୃତୀୟ ଅଂଶୁମାନ ନନ୍ଦ , କନିଷ୍ଠରେ ପ୍ରଥମ ସିମ୍ରନ୍ ପୃଷ୍ଟି , ଦ୍ୱିତୀୟ ଶ୍ରଦ୍ଧା ସୁମନ ସାହୁ , ତୃତୀୟ ଆୟୁଷ ଜେନା, ଓଡ଼ିଶୀ ସର୍ବ କନିଷ୍ଠରେ ପ୍ରଥମ ଚିନ୍ମୟୀ ସାହୁ ,ଦ୍ୱିତୀୟ ଶ୍ରେୟଂଶି ମହାରଣା , ତୃତୀୟ ରାଜସ୍ମିତ ବେହେରା , କନିଷ୍ଠରେ ପ୍ରଥମ ପ୍ରୀତି ପ୍ରଜ୍ଞା ପରିନିତା , ଦ୍ୱିତୀୟ ସୁଶ୍ରୀ ଶର୍ମିଷ୍ଠା ଓ ଶର୍ମିଷ୍ଠା ନାଥ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।କଳାକାର ସଦସ୍ୟ ଡ.ବୈରାଗୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିବା ବେଳେ ଉପ ସଭାପତି ବିରେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଶରତ ମାଝୀ ,କ୍ଷୀରୋଦ ପାତ୍ର,ଇନ୍ଦିରା ଦାସ ,ଅନିତା ସିଂ ଦେଓ, ରୁଚିର କୁମାର ବରାଳ,ସନ୍ତୋଷ କୁମାର ନାୟକ , ଅଜୟ କୁମାର ସାହୁ,ପ୍ରଶାନ୍ତ ରଥ, ଦେବବ୍ରତ ପଟ୍ଟନାୟକ,ବିଦେଶୀ ନାଏକ,ପ୍ରଫୁଲ୍ଲ ଦାସ ଙ୍କ ସମେତ କଳାକାରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *