Angul News: ରାଷ୍ଟ୍ରିୟ ଏକତା ଦିବସ ଗଣଦୌଡ଼ରେ ସାମିଲ ହେଲେ ମୃଦୁଳା ପ୍ରଧାନ

Advertisement

Angul News: ଅନୁଗୋଳ ସର୍ଦାର ବଲଃଭ ଭାଇ ପଟେଲ ଙ୍କ ଜନ୍ମ ତିଥି ତଥା ରାଷ୍ଟ୍ରିୟ ଏକତା ଦିବସ ଅବସରରେ ତାଳଚେର ଠାରେ ଏକ ଭାରତ ଶ୍ରେଷ୍ଠ ଭାରତ ଉଦ୍ୟଷ୍ୟରେ ଆୟୋଜିତ ଗଣ ଦୌଡ଼ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ର ଅଧଖ୍ୟା ଶ୍ରୀମତୀ ମୃଦୁଳା ଟି ପ୍ରଧାନ ।

ଏହି କ୍ରମରେ ଏହି ଅବସରରେ ଶ୍ରୀମତୀ ପ୍ରଧାନ ସର୍ଦ୍ଦାର ପଟେଲ ଙ୍କ ଦେଶ ମାତୃକା ପାଇଁ ରହିଥିବା ଉଷର୍ଗୀକୃତ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ପଟେଲଙ୍କ ନୀତି ଆଦର୍ଶରୁ ପ୍ରେରଣା ନେଇ ଯୁବ ସମାଜ ଆଗକୁ ବଢିବାକୁ ଆହ୍ୱାନ ଦେଇଥିଲେ । ସ୍ଥାନୀୟ ଦେଉଳବେଡା ଦୁର୍ଗା ମଣ୍ଡପ ପଡ଼ିଆରେ ଆରମ୍ଭ ହୋଇଥିବା ଏହି ଗଣଦୌଡ଼କୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ନିଜେ ଶ୍ରୀମତୀ ପ୍ରଧାନ ଏଥିରେ ସାମିଲ ହୋଇଥିଲେ।

ହାଟ ତୋଟା , ଉପଜିଲ୍ଲାପାଳ , କୋର୍ଟ ଓ ବଜାର ରାସ୍ତା ଦେଇ ଏହି ଗଣ ଦୌଡ଼ ପୁନଃ ଦେଉଳବେଡା ଦୁର୍ଗା ମଣ୍ଡପ ପଡ଼ିଆରେ ସମାପନ ହୋଇଥିଲା ।
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶ୍ରୀମତୀ ମୃଦୁଳା ଟି ପ୍ରଧାନ ଗଣଦୌଡ଼ ରେ ସାମିଲ ବ୍ୟକ୍ତି ବିଶେଷ ଙ୍କୁ ଏକ ରାଷ୍ଟ୍ର ଶ୍ରେଷ୍ଠ ଭାରତ ପାଇଁ ଶପଥ ପାଠ ମଧ୍ୟ କରାଇଥିଲେ ।

Advertisement

Leave a Reply

Your email address will not be published. Required fields are marked *