Angul Gajalaxmi Puja: ବର୍ଣାଢ଼୍ୟ ହେବ ଗଜଳଷ୍ମୀ ପୂଜା

Advertisement

Angul Gajalaxmi Puja: ଦୀର୍ଘ ବର୍ଷ ଧରି ଅନୁଗୋଳ ସହର ର ଅମଲାପଡା ଦୁର୍ଗା ମଣ୍ଡପ ଠାରେ ପ୍ରାୟ ୯୭ ବର୍ଷ ଧରି ହୋଇ ଆସୁଥିବା ଗଜଲକ୍ଷ୍ମୀ ପୂଜା କୁ ଯାକ ଜକମର ସହ ସମ୍ପ୍ରଣ କରିବାକୁ ଆଜି ଆହୁତ ଏକ ଜରୁରୀ କାଳୀନ ବ୍ୟଠକ ରେ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖ ଠାରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଏହି ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ବିଳମ୍ବିତ ସନ୍ଧ୍ୟାରେ ଅନୁଷ୍ଠିତ ବ୍ୟଠକ ରେ ସର୍ବ ସମତି କ୍ରମେ ଅକ୍ଷୟ କୁମାର ସାମନ୍ତ ଙ୍କୁ ଉଭୟ ଅନୁଗୁଳ ଦୁର୍ଗା ପୂଜା ସମିତି ଅମଲାପଡା , ଓ ଅମଲାପଡା ଲକ୍ଷ୍ମୀ ପୂଜା କମିଟି ର ମୁଖ୍ୟ ସଂଯୋଜକ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଅମଲାପଡା ଲକ୍ଷ୍ମୀ ପୂଜା କମିଟି ର ନୂତନ କର୍ମକର୍ତା ଙ୍କ ଚୟନ ମଧ୍ୟ ଅନୁରୂପ ଭାବେ କରାଯାଇଛି ।

ଏହି କ୍ରମରେ କ୍ଷୀତିସ ମିଶ୍ର ସଭାପତି, କାର୍ଯ୍ୟକାରିଣୀ ସଭାପତି ସୁଜିତ ଦିବେଦୀ, ଉପସଭାପତି ସରୋଜ ବେହେରା , ସୁକାନ୍ତ ସାହୁ ,ସତ୍ୟମ ପଟ୍ଟନାୟକ, ସମ୍ପାଦକ ବିଭୁତି ବେହେରା , ସହ ସମ୍ପାଦକ ରାହୁଲ ଦାସ , ରବୀନ୍ଦ୍ର କୁମାର ସାହୁ , ଅଭିଷେକ ଦାସ , ପବିତ୍ର ଭଞ୍ଜ , ଶାନ୍ତନୁ ବେହେରା, କୋଷାଧ୍ୟକ୍ଷ ଶିବାନୀ ଶଙ୍କର ଗୌଡ଼ , ସହ କୋଷାଧ୍ୟକ୍ଷ ସଂଗ୍ରାମ ସେଥ ଓ ଦୁଷ୍ମନ୍ତ ଜେନାଙ୍କୁ ମନୋନୀତ କରାଯାଇଛି ।

ସେହିପରି ଉପଦେଷ୍ଟା ଭାବେ ଭକ୍ତି ପ୍ରସାଦ ଦାସ, ସନ୍ତୋଷ କୁମାର ସାମନ୍ତ, ତପନ ଦାସ, ଅମୀୟ ଦାସ, ପ୍ରଦୀପ୍ତ ଦାସ, ମନୋଜ ପ୍ରଧାନ, ପ୍ରଶାନ୍ତ ଦାସ, ରୁଚିର କୁମାର ବରାଳ, ପ୍ରଦୀପ ରାଉତରାୟ, ତାପସ କୁମାର ନାୟକ, କାବୁଲି ମହାରଣା, ସଂଜୀବ ସିଂ, ମୁକ୍ତିକାନ୍ତ ମିଶ୍ର, ପୂର୍ଣଚନ୍ଦ୍ର ରାଉତ , ଜ୍ୟୋତି ରଞ୍ଜନ ପଟ୍ଟନାୟକ ଓ ଜଗଦୀଶ ହୋତା ଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ସର୍ବ ସମତି କ୍ରମେ ଅକ୍ଷୟ କୁମାର ସାମନ୍ତ ଙ୍କୁ ଉଭୟ ପୂଜା କମିଟି ର ମୁଖ୍ୟ ସଂଯୋଜକ ଭାବେ ଦାଇତ୍ୱ ନିର୍ବାହ ସହ ପରିଚାଳନା ନିମନ୍ତେ ସହମତି ପ୍ରକାଶ ପାଇଛି।

Advertisement

Leave a Reply

Your email address will not be published. Required fields are marked *