Angul News: ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ପଞ୍ଚଦଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

Advertisement

Angul News: ଅନୁଗୋଳ: ଅନୁଗୋଳ ଜିଲ୍ଲାର ପ୍ରତିଷ୍ଠାତା, ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ବରପୁତ୍ର, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ପଞ୍ଚଦଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଏହି ଉପଲକ୍ଷେ ଆଜି ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଅମର ଆତ୍ମାର ସଦ୍ଗତି କାମନା ନିମନ୍ତେ ଶୈଳଶ୍ରୀକ୍ଷେତ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ଓ ସମୂହ ଦୀପ ଦାନ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ବିଜୁ ମୈଦାନ ସ୍ଥିତ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ କରାଯାଇଥିଲା ଏବଂ ସାକୋସିଂହା ସ୍ଥିତ ଜନସନ ନଗର ଲେପ୍ରୋସି ସାହିରେ ରନ୍ଧା ଖାଦ୍ୟ ଓ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ଗୋପୀନାଥପୁର କେଦାର ଗୌରୀ ଦୃଷ୍ଟିହୀନ ତାଲିମ କେନ୍ଦ୍ରରେ ସହାୟତା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।

ବଅଁରପାଳ ବ୍ଲକ ତଳମୂଳ ଚନ୍ଦନ ଯାତ୍ରା ପଡିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ପରିଶେଷରେ ଆଦୃତ ଅନାଥ ଆଶ୍ରମରେ କୁନି ପିଲାମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଓଁ ଶାନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ବିଜେଡ଼ି ସଭାପତି, ଅନୁଗୋଳ ନଗରପାଳ,ବଅଁରପାଳ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ଲିଗାଲ ସେଲ ସଭାପତି, ୨୮ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟା, ସମବାୟ ନିର୍ଦେଶକ, ଜିଲ୍ଲା ବିଜେଡି କମିଟି ସଦସ୍ୟ ବୃନ୍ଦ, ଯୁବ-ଛାତ୍ର ଜନତା ଦଳର ସଦସ୍ୟ ବୃନ୍ଦ, କାଉନସିଲର ବୃନ୍ଦ, ତଳମୂଳ ସରପଞ୍ଚ ଓ ଅଦ୍ୱୈତ ପ୍ରେମୀ ବନ୍ଧୁ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *