୨୨ରେ ତାଳଚେରରେ ବିଜେପିର ବିକାଶ ତୀର୍ଥ ବାଇକ ଶୋଭାଯାତ୍ରା, କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିର ପ୍ରସ୍ତୁତ ଜୋରଦାର

Advertisement

Angul News: ତାଳଚେର: ଭାରତ ସରକାରଙ୍କର କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଜୁନ 24 ତାରିଖ ରେ ତାଳଚେର ଗସ୍ତ କରି ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆରେ ମୋଦି ସରକାରଙ୍କର ସେବା ସୁଶାସନ ଗରିବ କଲ୍ୟାଣର ନଅ ବର୍ଷର ପୂର୍ତ୍ତି ଉପଲକ୍ଷେ ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ବିଜେପିର ବିଭିନ୍ନ ମଣ୍ଡଳ, ଶକ୍ତିକେନ୍ଦ୍ର ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଜି ବୁଧବାର ଦେଉଳବେଡାଠାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ପୂର୍ବରୁ ତାଙ୍କ ପ୍ରଚେଷ୍ଟାରେ ତାଳଚେରରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟକୁ ବିକାଶ ତୀର୍ଥ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି କାର୍ଯ୍ୟକର୍ତ୍ତାମାନେ ହଜାର ହଜାର ସଂଖ୍ୟାରେ ସେହି ସ୍ଥାନ ରେ ପହଞ୍ଚି ବୁଲି ଦେଖିବେ ବୋଲି କହିଥିଲେ |ଆସନ୍ତା କାଲି ତାଳଚେର ଥର୍ମାଲ ଆନନ୍ଦ ବଜାର ଠାରୁ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରା ବାହାରି ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରଚେଷ୍ଟା ରେ ହୋଇଥିବା ବୃହତ ପ୍ରକଳ୍ପ ଥର୍ମାଲ ପ୍ଲାଣ୍ଟ, ଏଫ ସି ଆଇ ପ୍ଲାଣ୍ଟ, ତାଳଚେର ମେଡିକାଲ କଲେଜ ଦେଇ ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆ ରେ ପହଂଚିବ ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ।

ବିଧାନସଭା ପ୍ରଭାରୀ ସୁଦିପ ଗଡ଼ନାୟକ, ମହା ଜନ ସମ୍ପର୍କ ଅଭିଯାନ ର ଜିଲ୍ଲା ସହ ସଂଯୋଜକ ପର୍ଶୁରାମ ବାରିକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ଏସ ସି ମୋର୍ଚ୍ଚା ଜିଲ୍ଲା ସଭାପତି ଅଜୟ ଗୋଛାୟତ, ଏସ ଟି ମୋର୍ଚ୍ଚା ଜିଲ୍ଲା ସଭାପତି ଅର୍ଜୁନ କିସ୍କୁ, ଯୁବମୋର୍ଚ୍ଚା ଜିଲ୍ଲା ଉପ ସଭାପତି କାଉନସିଲର ସ୍ୱାଧୀନ ଥମ୍ବ,ବିକାଶ ତୀର୍ଥ ସହ ସଂଯୋଜକ ସନ୍ତୋଷ କୁମାର ମହାସୁପକାର, ଙ୍କ ସମେତ ସମସ୍ତ ମଣ୍ଡଳ ର ଯୁବମୋର୍ଚ୍ଚା ସଭାପତି ଓ ପଦାଧିକାରୀ ମାନେ ଯୋଗ ଦେଇଥିଲେ |

Advertisement

Leave a Reply

Your email address will not be published. Required fields are marked *