New Bus Stand: ୧୨ ବର୍ଷ ପରେ କାର୍ଯ୍ୟକ୍ଷମ ହେଲା ଵସ ଟର୍ମିନାଲ

Advertisement

Angul News: ଶୁଭ ଦିଆଯିବାର ପ୍ରାୟ ୧୨ ବର୍ଷ ପରେ କାର୍ଯ୍ୟକ୍ଷମ ହୋଇଛି ଅନୁଗୋଳ ରେ ନିର୍ମାଣ ହୋଇଥିବା ବହୁ ପ୍ରତୀକ୍ଷିତ ବସ ଟର୍ମିଲା । ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଏହି ଟର୍ମିଲା ପାଇଁ ଖର୍ଚ୍ଚ ହେଉଛି ପ୍ରାୟ ୫୮ କୋଟିରୁ ଅଧିକ ଟଙ୍କା। ପିପିପି ମୋଡ଼ ରେ ଏହି ଟର୍ମିନାଲ କରାଯାଉଛି । ଏଠାରେ ଯାତ୍ରୀ ମାନଙ୍କ ପାଇଁ ୱେଟି ହଲ ଠାରୁ ଆରମ୍ଭ କରି ରହିବା ପାଇଁ ଡ଼ର୍ମିଟରୀ , ରେଷ୍ଟୁ ରାଣ୍ଟ ଆଦି ର ସମସ୍ତ ସୁବିଧା ସୁଯୋଗ ରହିଛି । ଖାଲି ସେତିକି ନୁହଁ ବସ ଡ୍ରାଇଭର , ବସ ମାଲିକ ସଂଘ , ପୋଲିସ ଷ୍ଟେସନ ସହ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ଆଧିର ମଧ୍ୟ ବ୍ୟବସ୍ଥା ରହିଛି । ଅନେକ ଦିନ ହେବ ଏହା କୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ ପାର୍କିଂ ଫିସ କୁ ନେଇ ହୋଇଥିବା ବିବାଦ ଯୋଗୁଁ ଏଠାରୁ ଗଡି ପାରୁନଥିଲା ବସ।

ଅନୁଗୋଳ ସହର ମଧ୍ୟରେ ପ୍ରାୟ ୧୦ ଏକର ପରିମିତ ଜାଗା ଉପରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ବସ ଟର୍ମିନାଲ ରୁ ଆଜି ଠାରୁ ଗଡ଼ିଛି ବସ। ଗତ ବର୍ଷ ଡିସେମ୍ବର 28 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳ ଜିଲା ଗସ୍ତ ଆସି ଏହି ଅତ୍ୟାଧୁନିକ ବସ ଟର୍ମିଲା ର ଉଦ୍ଘାଟନ କରିଥିଲେ। ହେଲେ ପାର୍କିଂ ଫ କୁ ନେଇ ଘରୋଇ ବସ ମାଲିକ ସଙ୍ଘ ଓ ଟର୍ମିଲା ପରିଚାଳ ଦାଇତ୍ୱ ନେଇଥିବା ମିଳନ ଡେଭଲପର। ସରକାର ନିଷ୍ପତ୍ତି ଅନୁସାରେ ଏହି ଫି ଧାର୍ଯ୍ୟ ହେବା ପରେ ଆଜିଠାରୁ ବସ ଗଡ଼ିବା ଆରମ୍ଭ ହୋଇଛି। ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପତାକା ହଲାଇ ବସ ଗଡ଼ିବା ର ଶୁଭାରମ୍ଭ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *