ପରୀକ୍ଷାରୁ ଛାତ୍ରୀଙ୍କ ବଞ୍ଚିତ ଘଟଣା ଆତ୍ମହୁତି ଉଦ୍ୟମ ଶେଷ ନିଷ୍ପତ୍ତି

Advertisement

Angul News: ଅନୁଗୋଳ (ବ୍ୟୁରୋ ରିପୋର୍ଟ): ଅନୁଗୁଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ଦ୍ଦିଷ୍ଟ ଏକ ପ୍ରସଙ୍ଗରେ ଧାରଣା ଦେବାକୁ ଆସିଥିବା ବେଳେ ତିନି ଜଣ ଛାତ୍ରୀ ସେମାନଙ୍କ ବ୍ୟାଗରେ ପେଟ୍ରୋଲ ଆଣିଥିବାର ସୂଚନା ପାଇ ପୋଲିସ ସେଗୁଡିକୁ ଜବତ କରିଛି। ଛାତ୍ରୀମାନଙ୍କ କହିବା କଥା ସେମାନେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାଠାରେ ଥିବା ସାଇ ଶ୍ରଦ୍ଧା ନର୍ସିଂ କଲେଜର ଛାତ୍ରୀ। ଚଳିତ ବର୍ଷ ସମ୍ପୃକ୍ତ ନର୍ସିଂ କଲେଜର ଛାତ୍ରୀମାନେ ଦ୍ୱିତୀୟ ବର୍ଷର ଅନ୍ତିମ ପରୀକ୍ଷା ନିମନ୍ତେ ଅନୁଗୁଳ ମହାବିଦ୍ୟାଳୟକୁ ଯାଇଥିଲେ।

ମୋଟ ୨୧ ଜଣଙ୍କ ମଧ୍ୟରୁ ସାଧାରଣ ବର୍ଗର ୧୪ ଜଣ ପରୀକ୍ଷା ଦେଇଥିବା ଅନୁସୂଚିତ ଜାତି ବର୍ଗର ଅନ୍ୟ ସାତ ଜଣ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। ଏନେଇ ପରୀକ୍ଷା ଦେବାରୁ ବଞ୍ଜିତ ହୋଇଥିବା ଛାତ୍ରୀମାନେ ସମ୍ପୃକ୍ତ କଲେଜର ଅଧ୍ୟକ୍ଷଙ୍କୁ ପଚାରିବାରେ ଅଧ୍ୟକ୍ଷ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଛାତ୍ରୀମାନେ ଛେଣ୍ଡିପଦା ଥାନା ସମେତ ପରୀକ୍ଷାରୁ ବଞ୍ଚିତ ହୋଇଥିବା ନେଇ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଧା କୌଣସି ସୁଫଳ ନମିଳିବାରୁ ଆତ୍ମହୁତି ଦେବାପାଇଁ ନିଷ୍ପତ୍ତି ନେଇଥିବା ନେଇ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *