Angul News: ତାଳଚେର ବ୍ଲକ ସମ୍ମୁଖରେ ବିଜେପିର ବିକ୍ଷୋଭ ଓ ଗଣଧାରଣା, ପଞ୍ଚାୟତରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳିଲା ବିଜେପି

Advertisement

Angul News (ସୁବ୍ରତ ପଟ୍ଟନାୟକ): ପଂଚାୟତ ରାଜ ଦିବସକୁ ବିଜେପି ପକ୍ଷରୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରି ତାଳଚେର ବ୍ଲକ ଅଫିସ ସମ୍ମୁଖରେ କଳା ପଟି ବାନ୍ଧି ଧାରଣା ଦେବା ସହ ଏକ ପ୍ରତିବାଦ ସଭା କରାଯାଇଛି |ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଯୋଗଦେଇ ପଂଚାୟତରାଜ ବ୍ୟବସ୍ଥାରେ ତ୍ରିସ୍ତରୀୟ ପଂଚାୟତ ପ୍ରତିନିଧି ୱାର୍ଡ ମେମ୍ବର,ସରପଞ୍ଚ, ସମିତି ସଦସ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଙ୍କର କୌଣସି କ୍ଷମତା ଓ ସମ୍ମାନ ନାହିଁ ଓଡ଼ିଶାରେ ପଂଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ହତ୍ୟା କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି |

ପଂଚାୟତ ସମିତି କାର୍ଯ୍ୟାଳୟ କୁ ବିଜୁ ଜନତା ଦଳର ସରକାର ଦୁର୍ନୀତି ଉର୍ନ୍ନୟନ କାର୍ଯ୍ୟାଳୟ ରେ ପରିଣତ କରିଛନ୍ତି|ରାଜ୍ୟ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରି ପଲ୍ଲୀ ସଭା, ଗ୍ରାମ ସଭା ନକରି ଜେଇ ମାନଙ୍କୁ ଠିକାଦାର ସଜେଇ ମୋଦୀ ସରକାର ପଂଚାୟତ କୁ ଦେଉଥିବା କୋଟି କୋଟି ଟଙ୍କା କୁ ବିଜେଡି କର୍ମୀ ଙ୍କ ଦ୍ୱାରା କାମ କରାଇ ପିସି ନେଇ ବିଜୁ ଜନତା ଦଳର ପାଣ୍ଠି ସଂଗ୍ରହ କରାଯାଉଛି ବୋଲି ବୋଲି ସେ କହିଥିଲେ |

ରାଜ୍ୟ କିଏ ଚଳାଉଛି ବୋଲି ସେ ପ୍ରଶ୍ନ କରିଥିଲେ | ଏଠିକାର ଲୋକ ପ୍ରତିନିଧି ଏବଂ ରାଜ୍ୟ ସରକାର ତାଳଚେର ପାଇଁ ସ୍ୱତନ୍ତ୍ର ଭାବେ ଟଙ୍କାଟିଏ ମଧ୍ୟ ଆଣି ନ ପାରିବା ଦୁର୍ଭାଗ୍ୟ ର ବିଷୟ, ଅପରପକ୍ଷେ ମୋଦୀ ସରକାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନିର୍ଦେଶ ରେ ହଜାର ହଜାର କୋଟି ଟଙ୍କା ଏ ଅଂଚଳ ର ବିକାଶ ପାଇଁ ଆସୁଛି| ମୋଦୀ ସରକାର ଗଠନ କରିଥିବା ଡ଼ିଏମଏଫ ପାଣ୍ଠି କୁ ଜିଲ୍ଲାପାଳ ନିଜସ୍ୱ ପାଣ୍ଠି ଭାବେ ଖର୍ଚ୍ଚ କରୁଛନ୍ତି ଯେଉଁଠୁ ବେଶୀ ପିସି ମିଳିବ ସେହି କାମ କରି ବିଜେଡି ପାଣ୍ଠି ସଂଗ୍ରହ କରୁଛନ୍ତି ବୋଲି ଶ୍ରୀ ସାମଲ କହିଥିଲେ |

Advertisement

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଆଇନଜୀବୀ ଉଚ୍ଛନ୍ନ ପଟ୍ଟନାୟକ,ବରୁଣ ସାହୁ, ସମିତି ସଦସ୍ୟ କରୁଣାକର ସାହୁ, ଓ ମୁନି ବେହେରା,ସରପଞ୍ଚ ସହଦେଵ ସାହୁ, ଜିତେନ୍ ବେହେରା,ରାଜେନ୍ଦ୍ର ସିଂହ,ଜିଲ୍ଲା ଉପ ସଭାପତି ମନୋଜ ପ୍ରଧାନ, କୃଷକ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ବିଭୁତି ସାହୁ,ଅଜୟ ଗୋଛାୟତ, ଅର୍ଜୁନ କିସ୍କୁ,ଇତନୁ ଭୁକ୍ତା,ଚୈତନ୍ୟ ପ୍ରଧାନ ପ୍ରମୁଖ ତାଳଚେର ବ୍ଲକ ରେ ହେଉଥିବା ଦୁର୍ନୀତି ଉପରେ ସ୍ପଷ୍ଟ ପ୍ରମାଣ ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବନ୍ତ ସାହୁ, କାଳନ୍ଦି ପ୍ରଧାନ, ଗୋପାଳି ସାହୁ, ନିରୋଜ ଦାସ, ସୁନୀଲ ବିଶ୍ୱାଳ, ଆଶିଷ ନାଏକ, ସୁଶାନ୍ତ ପ୍ରଧାନ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଏହି ଧାରଣା ରେ ସାମିଲ ହୋଇଥିଲେ |

Leave a Reply

Your email address will not be published. Required fields are marked *