Angul News (ସୁବ୍ରତ ପଟ୍ଟନାୟକ) :ବିନା ଦୋଷ ରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ପ୍ରସଙ୍ଗରେ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପ୍ରଦାନ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଙ୍କୁ ଅନୁରୋଧ କଲେ ପୀଡିତ ଆଦିତ୍ୟ ବେହେରା । ଆଜି ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି ଅତିଥି ଶାଳା ରେ ମନ୍ତ୍ରୀ ଶ୍ରୀ ରାଏ ଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରିଛନ୍ତି ଆଦିତ୍ୟ । ଗତ ଆଠ ତାରିଖରେ ଏକ ଚୋରି ଘଟଣା ରେ ଆଦିତ୍ୟ ଙ୍କ ସମ୍ପୃକ୍ତି ସନ୍ଧେହ ରେ ପାଳଲହାଡ଼ା ଥାନାର ଗୋବିନ୍ଦ ସାହୁ , ଚନ୍ଦନ ମିଶ୍ର ଓ ସୌଭାଗ୍ୟ କମଲ ପ୍ରମୁଖ ପୋଲିସ କର୍ମଚାରୀ ଆଦିତ୍ୟ ଙ୍କୁ ଥାର୍ଡ ଡିଗ୍ରୀ ଦେଇଥିବା ନେଇ ଖମାର ଥାନା ରେ ହୋଇଥିଲା ଏତଲା ।
ସେପଟେ ଏ ନେଇ ଦୋଷୀ ପୋଲିସ କର୍ମଚାରୀ ଙ୍କ ବିରୁଦ୍ଧରେ ଖମାର ଥାନା ରେ ଏତଲା ଦିଆଯିବା ସହ ଘଟଣା ସମ୍ପର୍କରେ ସ୍ଥାନୀୟ ଏସପି ଙ୍କୁ ଭେଟି ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିବା ସତ୍ତ୍ୱେ କୌଣସି ସୁଫଳ ନମିଳିପାରିବାରୁ ଆଜି ଅନୁଗୁଳ ଜିଲ୍ଲା ଗସ୍ତ ରେ ଥିବା କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ ଙ୍କୁ ଭେଟି ପୀଡିତ ପରିବାର ଘଟଣା ସମ୍ପର୍କରେ ମନ୍ତ୍ରୀ ଙ୍କୁ ଅବଗତ କରାଇଛନ୍ତି ।
Angul News: ପାଳଲହାଡ଼ା ପୋଲିସର ଥାର୍ଡ ଡିଗ୍ରୀ ଘଟଣା, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ପୀଡିତ

