୩୩ ହଜାର ଫୁଟ ଉଚ୍ଚରେ ଜନ୍ମ ହେଲା ଶିଶୁ କନ୍ୟା, ଏୟାରହୋଷ୍ଟେସ୍‌ କରାଇଲେ ପ୍ରସବ

Advertisement

ନୂଆଦିଲ୍ଲୀ ୩୦/୦୮: ଆଫଗାନିସ୍ତାନରୁ ବ୍ରିଟେନ ଯାଉଥିବା ନିକାସୀ ବିମାନ ଉଡ଼ାଣ ସମୟରେ ଜଣେ ମହିଳା କ୍ୟାବିନ୍‌ କ୍ରୁରେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବିମାନରେ ଯାତ୍ରା କରୁଥିବା ଆଫଗାନ ମହିଳା ସୋନମ ନୂରୀଙ୍କୁ ହଠାତ୍‌ ପ୍ରସବ ପୀଡ଼ା ହେଲା। ୩୩ ହଜାର ଫୁଟ ଉଚ୍ଚ ବିମାନରେ ଡାକ୍ତର ନ ଥିଲେ । ତେଣୁ ବିମାନର ଚାଳକ ଦଳରେ ସାମିଲ ସଦସ୍ୟମାନେ (ଏୟାରହୋଷ୍ଟେସ୍‌) ନୂରିଙ୍କ ପ୍ରସବ କରାଇବାରେ ସାହାଯ୍ୟ କରିଛନ୍ତି। ମା’ ଓ ଶିଶୁ କନ୍ୟା ଏବେ ସୁସ୍ଥ ଅଛନ୍ତି। କୁଏତ ବିମାନ କ୍ଷେତ୍ରରେ ଶିଶୁଟି ଜନ୍ମ ନେଇଛି । ତେଣୁ ତା’ର ନାମ ରଖାଯାଇଛି ‘ହବ୍ୱା, ଯାହାର ଇଂରାଜୀ ଅନୁବାଦ ‘ଇଭ୍‌’।

ଆଫଗାନ ମହିଳା ନୂରି ପୂର୍ବରୁ କାବୁଲ ଛାଡ଼ିସାରିଥିଲେ । ସେ ଦୁବାଇରୁ ବର୍ମିଙ୍ଗହାମ୍‌ ବିମାନରେ ଯାତ୍ରା କରୁଥିଲେ । ଏହି ସମୟରେ ତାଙ୍କର ପ୍ରସବ ପୀଡ଼ା ଆରମ୍ଭ ହେଲା । ବିମାନରେ ଚିକିତ୍ସକ ନ ଥିବାରୁ ତୁର୍କି ବିମାନ କ୍ୟାବିନ୍‌ କ୍ରୁ ବାଧ୍ୟ ହୋଇ ଶିଶୁର ପ୍ରସବ କରାଇଲେ । ତା’ ପରେ ସବଧାନତା ଦୃଷ୍ଟିରୁ କୁଏତରେ ବିମାନ ଅବତରଣ କରାଗଲା । ପରେ ବର୍ମିଙ୍ଗହାମ୍‌ରେ ଅବତରଣ କଲା । ତାଲିବାନ ଆଫଗାନିସ୍ତାନରେ ଶାସନ ହାତକୁ ନେବା ପରଠୁ ଦେଶ ଛାଡ଼ିବାବେଳେ ସନ୍ତାନ ଜନ୍ମ ଦେବା ମାମଲା ପ୍ରଥମ ନୁହେଁ । ଗତ ସପ୍ତାହ ଜଣେ ମହିଳା ଆମେରିକା ସାମରିକ ବିମାନରେ ସନ୍ତାନ ଜନ୍ମ ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *