ସ୍ତ୍ରୀର ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ପିଶାଚ ସ୍ଵାମୀ, ଗର୍ଭବତୀ ସ୍ତ୍ରୀ ଗୁରୁତର

Advertisement

କଳାହାଣ୍ଡି, ୩୦/୦୮ : ତଣ୍ଟି କାଟି ଗର୍ଭବତୀ ସ୍ତ୍ରୀକୁ ହତ୍ୟା ଉଦ୍ୟମ କଲା ପିଶାଚ ସ୍ଵାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଧନରମାଲ ଗାଁରେ। ସ୍ଵାମୀ ଆକ୍ରମଣରେ ଗୁରୁତର ହୋଇ ଗର୍ଭବତୀ ମହିଳା ଜଣଙ୍କ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଅଭିଯୁକ୍ତ ସ୍ଵାମୀ ଫେରାର ହୋଇଯାଇଛି।

ସୂଚନାନୁଯାୟୀ, ସମ୍ବଲପୁରର ପ୍ରକାଶନୀ ସାହାଣୀ ଧନରମାଲ ଅଞ୍ଚଳର ନିହାର ସାହାଣୀଙ୍କୁ ବିବାହ କରିଥିଲେ। ପାରିବାରିକ କଳହ କାରଣରୁ ଗତକାଲି ରାତିରେ ନିହାର ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କ ଗଳା କାଟି ହତ୍ୟା ଉଦ୍ୟମ କରିଥିଲେ। ସ୍ଵାମୀଙ୍କ ଆକ୍ରମଣରେ ପ୍ରକାଶିନୀ ଅଚେତ ହୋଇ ପଡ଼ିଥିଲେ। ଆଜି ସକାଳୁ ପଡ଼ୋଶୀମାନେ ପ୍ରକାଶିନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ଅଭିଯୁକ୍ତ ସ୍ଵାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Advertisement

Leave a Reply

Your email address will not be published. Required fields are marked *