Angul News: ମୁଖ୍ୟମନ୍ତ୍ରୀ ଆସିବେ ବୋଲି ୨୪ ବର୍ଷର ପୁରୁଣା ବାଜପେୟୀ ମଣ୍ଡପ ଭାଙ୍ଗିଲା ପ୍ରଶାସନ, ବିଜେପିର ନିନ୍ଦା

Advertisement

Angul News (ସୁବ୍ରତ ପଟ୍ଟନାୟକ): ତାଳଚେରକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ୧୯୯୯ ମସିହାରେ ଆସିଥିଲେ। ତାଳଚେର କଲେଜ ପଡିଆରେ ନିର୍ମିତ ହୋଇଥିବା ଏକ ଷ୍ଟେଜରେ ଉଦବୋଧନ ଦେଇଥିଲେ। ୨୪ ବର୍ଷ ଧରି ସେହି ମଣ୍ଡପଟି ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେଠାରେ ରହିଥିଲା। ବହୁ ବାର ବହୁ ନେତା ଏହି ସ୍ଥାନକୁ ଆସିଥିଲେ ମଧ୍ୟ ସେହି ମଣ୍ଡପଟି ସେହିଭଳି ଶୋଭା ପାଇ ଆସୁଥିଲା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ସ୍ଥାନକୁ ଆସିବା ନେଇ ସେଠାରେ ଥିବା ବାଜପେୟୀ ମଣ୍ଡପଟି କୁ ପ୍ରଶାସନ ସମ୍ପୂର୍ଣ ଭାବେ ଭାଙ୍ଗି ଧୂଳିସାତ କରି ଦେଇଛି।

ଏହାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ବିରୋଧ ସହ ନିନ୍ଦା ପ୍ରକାଶ କରାଯାଇଛି। ବିଜେପି ଏଭଳି ଘଟଣାକୁ ତୀବ୍ର ନିନ୍ଦା କରିଛି। ବରିଷ୍ଠ ବିଜେପି ନେତା ଯଯାତି ପଟ୍ଟନାୟକ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ଏହି ଘଟଣାସ୍ଥଳ ପରିଦର୍ଶନ କରିବା ଏହି ମଣ୍ଡପ ସହ ବାଜପେୟୀଙ୍କ ସ୍ମୃତି ଜଡିତ ଥିଲା। ଏହି ମଣ୍ଡପର ରକ୍ଷଣାବେକ୍ଷଣ କରି ଏହାକୁ ଉଜ୍ଜିବିତ କରିବା କଥା। ପୁନଶ୍ଚ ଏହି ମଣ୍ଡପର ପୁନଃ ଉଦ୍ଧାର କରି ମୁଖ୍ୟମନ୍ତ୍ରୀଙ୍କର ଷ୍ଟେଜ କରାଯାଇ ପାରିଥାନ୍ତା। କିନ୍ତୁ ତାହା ନକରି ଯେଭଳି ଭାବେ ଏକ ଐତିହ୍ୟକୁ ଧୂଳିସାତ କରାଗଲା ତାହାକୁ ତୀବ୍ର ନିନ୍ଦା କରାଯାଇଛି।

ଯେଉଁ ବାଜପେୟୀ ବିଜୁ ଜନତା ଦଳ ତିଆରି କରିବାରେ ପ୍ରମୁଖ ଭୂମିକା ନେଇଥିଲେ ତାଙ୍କର ସ୍ମୃତି ସହ ଜଡିତ ଏହି ମଣ୍ଡପକୁ ମୁଖ୍ୟମନ୍ତ୍ରୀ ଆସିବାକୁ ନେଇ ଭାଙ୍ଗିବା ହୀନ ମାନସିକତାର ପରିଚୟ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହାକୁ ଭାଙ୍ଗି ପ୍ରଶାସନ କଣ ସିଦ୍ଧ କରିବାକୁ ଚାହୁଁଛି ଏବଂ କାହା ଚାପରେ ଏହାକୁ ଭଙ୍ଗାଗଲା ତାହା ସ୍ପଷ୍ଟ କରିବାକୁ ବିଜେପି ଦାବି କରିଛି।

Advertisement

Leave a Reply

Your email address will not be published. Required fields are marked *