ପଂଚାୟତ ସ୍ତରରେ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି: କାଳନ୍ଦି ସାମଲ

Advertisement

ତାଳଚେର (ସୁବ୍ରତ ପଟ୍ଟନାୟକ): ତାଳଚେର ନିର୍ବାଚନ ମଣ୍ଡଳୀର ବିଜେପିର ପ୍ରମୁଖ କାର୍ଯ୍ୟକର୍ତାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ ବୈଠକ ଜଗନ୍ନାଥ କଲ୍ୟାଣ ମଣ୍ଡପଠାରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣାଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସମ୍ପାଦକ ତଥା କ୍ଷୁଦ୍ର ଶିଳ୍ପ ନିଗମର ଡାଇରେକ୍ଟର କାଳନ୍ଦି ସାମଲ ଯୋଗଦେଇ ବିଜେପି ତୃଣମୂଳ ସ୍ତରରେ ସମସ୍ୟାକୁ ନେଇ ପ୍ରଶାସନ ପାଖରେ ଉପସ୍ଥାପନା କରିବା ସହ ଦରକାର ପଡିଲେ ଆନ୍ଦୋଳନ କରିବ ବୋଲି ପ୍ରକାଶ କରିଥିଲେ।

ତାଳଚେର ବିଧାନସଭା ପ୍ରଭାରୀ ସୁଦିପ ଗଡ଼ନାୟକ ଯୋଗଦେଇ ସଂଗଠନ ବିସ୍ତାର ଉପରେ ମତ ରଖିଥିଲେ, ଏବଂ ଆଗାମୀ ୨୯ରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଭୁବନେଶ୍ୱର ଗସ୍ତ କାର୍ଯ୍ୟକ୍ରମରେ ସମସ୍ତ ବୁଥ୍ ସ୍ତରରୁ କାର୍ଯ୍ୟକର୍ତ୍ତା ଯୋଗ ଦେବା ଉପରେ ମତ ରଖିଥିଲେ। ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ବିଧାନସଭା ସଂଯୋଜକ ରତ୍ନାକର ସାହୁ, ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଅଜୟ ଗୋଛାୟତ, ଜିଲ୍ଲା ଉପ ସଭାପତି ମନୋଜ ପ୍ରଧାନ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ସମସ୍ତ ମଣ୍ଡଳ ସଭାପତି ବରୁଣ ସାହୁ, ନରେଶ ବେହେରା, ନରେନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। କଣିହାଁ ମଣ୍ଡଳ ପ୍ରଭାରୀ ପର୍ଶୁରାମ ବାରିକ ଧନ୍ୟବାଦ ଦେଇଥିଲେ। ସମସ୍ତ ଶକ୍ତିକେନ୍ଦ୍ରରୁ ପ୍ରମୁଖ କାର୍ଯ୍ୟକର୍ତ୍ତା, ପ୍ରଭାରୀ, ସହ ପ୍ରଭାରୀ, ଶକ୍ତିକେନ୍ଦ୍ର ପ୍ରମୁଖ ମାନଙ୍କ ସହ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *