ଅନୁଗୋଳ, (ସୁବ୍ରତ ପଟ୍ଟନାୟକ): ତ୍ୟାଗ ଓ ବଳିଦାନ ର ୭୫ ବର୍ଷ ସ୍ୱାଧୀନତା ଗୌରବ ପଦ ଯାତ୍ରା ତଥା କ୍ରାନ୍ତି ଦିବସ ଅବସରରେ ଆଜି ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ନେତୃତ୍ବରେ ଏକ ପଦଯାତ୍ରା ଅନୁଗୋଳ ସହର ପରିକ୍ରମା କରି ଗାନ୍ଧୀ ଉଦ୍ୟାନରେ ପହଞ୍ଚି ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଅନୁଗୋଳ ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ ପୂର୍ବାହ୍ନରେ ସ୍ଥାନୀୟ କଂଗ୍ରେସ ଭବନଠାରେ ଏକତ୍ରିତ ହୋଇ ଐତିହାସିକ କ୍ରାନ୍ତି ଦିବସ ଅବସରରେ ସ୍ବାଧୀନତାର ଗୌରବ ଯାତ୍ରା ଆରମ୍ଭ ପୂର୍ବକ ପଦଯାତ୍ରାରେ ବାହାରିଥିଲେ। ଆଜି ସହରରେ ପ୍ରବଳ ବର୍ଷା ଲାଗି ରହିଥିଲେ ମଧ୍ୟ ଶତାଧିକ କଂଗ୍ରେସ କର୍ମୀ ଯେଭଳି ଉତ୍ସାହର ସହ ସହର ପରିକ୍ରମା କରିଥିଲେ, ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ଜିଲ୍ଲା କଂଗ୍ରେସ ଭବନରୁ ପଦଯାତ୍ରା ବାହାରି ମୁଖ୍ୟ ବଜାର ଦେଇ ରାଜାଛକ ଅତିକ୍ରମ କରି ବସଷ୍ଟାଣ୍ଡ ଓ ଥାନାଛକ ଦେଇ ମୁଖ୍ୟ ରାସ୍ତାରେ ଗନ୍ଧିଉଦ୍ୟାନ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିଠାରେ ପହଞ୍ଚି ମାଲ୍ୟାର୍ପଣ କରିଥିଲେ। ଉକ୍ତ ପଦଯାତ୍ରାରେ ସମସ୍ତ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା, ଛାମୁଆ ସଂଗଠନର ସଭାପତି, ସମସ୍ତ ସେଲର ଅଧ୍ୟକ୍ଷ, ସମସ୍ତ ବ୍ଲକ କଂଗ୍ରେସ, ନଗର କଂଗ୍ରେସର ସଭାପତି ତଥା ବହୁ ବରିଷ୍ଠ କଂଗ୍ରେସ ନେତା, ଶତାଧିକ ଛାତ୍ର, ଯୁବ, ମହିଳା ଓ ସେବାଦଳ କର୍ମୀ ଯୋଗ ଦେଇଥିଲେ।
ଜିଲ୍ଲା କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳନ ସହ ସ୍ବାଧୀନତାର ଗୌରବ ଯାତ୍ରା ଆରମ୍ଭ

