ଅନୁଗୁଳ ଜିଲ୍ଲାକୁ ତ୍ରିରଙ୍ଗାମୟ କରିବାକୁ ବିଜେପିର ସଂକଳ୍ପ

Advertisement

ଅନୁଗୁଳ (ସୁବ୍ରତ ପଟ୍ଟନାୟକ): ଆମ ଦେଶ ୭୫ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ଅବସରରେ ଆସନ୍ତା ୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଅନୁଗୋଳ ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ସଭାପତି ତ୍ବ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରସ୍ତୁତି ବୈଠକ ରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ରାଜ୍ୟ ଉପ ସଭାନେତ୍ରୀ ଅନିତା ଶୁଭଦର୍ଶିନି ପଟ୍ଟନାୟକ,ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆମ କଷ୍ଟ ଲବ୍ଧ ସ୍ୱାଧୀନତା ର ମୂଲ୍ୟବୋଧ ସମଗ୍ର ଦେଶବାସୀଙ୍କ ମଧ୍ୟରେ ଜାଗ୍ରତ କରିବା ପାଇଁ ଅମୃତ ମହୋତ୍ସବ ପାଳନ ହେଉଛି ଏବଂ ଏହାକୁ ଗଣପର୍ବ ଭାବେ ପାଳନ କରିବା କୁ ସେମାନେ ଆହ୍ୱାନ ଦେଇଥିଲେ।

ସମଗ୍ର ଅନୁଗୋଳ ଜିଲ୍ଲାରେ ଘରେ ଘରେ ଅଗଷ୍ଟ 13ରୁ 15ଅଗଷ୍ଟ ପର୍ଯ୍ୟନ୍ତ 3ଦିନ ତ୍ରିରଙ୍ଗା ପତାକା ଲଗାଇ ପର୍ବ ପାଳିବା ଏବଂ ଏହାକୁ ଦଳର କାର୍ଯ୍ୟକର୍ତା ଙ୍କ ମଧ୍ୟରେ ସୀମିତ ନ ରଖି ସମସ୍ତ ଜନ ସାଧାରଣ ଙ୍କୁ ଏଥିରେ ଯୋଡିବା ପାଇଁ ରୂପରେଖ ପ୍ରସ୍ତୁତ ହୋଇଥିଲା |ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଅନ୍ୟତମ ରାଜ୍ୟ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ପ୍ରଭାରୀ ସିମାଞ୍ଚଳ ଖଟେଇ, ପ୍ରାକ୍ତନ ମନ୍ତୀ ସଂଜୀବ ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା ଓ ପ୍ରତିମା ମିଶ୍ର। ମହିଳା ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ନିରୋଜ ନଳିନୀ ମହାଳିକ, ଜିଲ୍ଲା ଉପ ସଭାପତି ଲିଙ୍ଗରାଜ ଦାସ, ନୃସିଂହ ବରାଳ ଓ ଚୌଧୁରୀ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦିପ ଗଡ଼ନାୟକ, କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଓବିସି ମୋର୍ଚ୍ଚା ସଭାପତି ସରୋଜ ଜେନା, ଜିଲ୍ଲା ସମ୍ପାଦକ ସମୋନାଥ ରାଉତ, ପ୍ରଭାତ ପ୍ରଧାନ, ନମିତା ଦଳବେହେରା ଓ ଚିତ୍ତରଞ୍ଜନ ମେହେର, ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର ଙ୍କ ସମେତ ଶତାଧିକ ଜିଲ୍ଲା ପଦାଧିକାରୀ ଓ ମଣ୍ଡଳ ର ପ୍ରମୁଖ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *