ଷ୍ଟାଡିୟମରେ କୁକୁର ବୁଲାଇବା ମହଙ୍ଗା ପଡ଼ିଲା, ଆଇଏଏସ ଦମ୍ପତିଙ୍କୁ ବଦଳି

Advertisement

ନୂଆଦିଲ୍ଲୀ: କୁକୁର ବୁଲାଇବାକୁ ନେଇ ବିବାଦରେ ଆଇଏଏସ ଅଧିକାରୀ ସଂଜୀବ ଖୀରୱାର । ଦିଲ୍ଲୀ ତ୍ୟାଗରାଜ ଷ୍ଟାଡିୟମରେ କୁକୁର ବୁଲାଇବା ପାଇଁ ଖେଳାଳିଙ୍କୁ କରାଯାଉଥିଲା ବାହାର । ଷ୍ଟାଡିୟମରେ କୁକୁର ବୁଲାଇବା ଆଇଏସ ଦମ୍ପତି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଖବରକୁ ନେଇ ଚର୍ଚ୍ଚା ହେବା ପରେ ସମ୍ପୃକ୍ତ ଆଇଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ବଦଳି କରାଯାଇଛି। ସ୍ୱାମୀ ତଥା ଦିଲ୍ଲୀ ମୁଖ୍ୟ ସଚିବ ସଞ୍ଜୀବ ଖିରୱାରଙ୍କୁ ଲଦାଖ ବଦଳି କରାଯାଇ ଥିବା ବେଳେ ସ୍ତ୍ରୀ ରିଙ୍କୁ ଦୋଗାଙ୍କୁ ଅରୁଣାଚଳ ପ୍ରଦେଶକୁ ବଦଳି କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଅଭିଯୋଗ ମୁତାବକ, ସନ୍ଧ୍ୟା ୭ଟା ବାଜିଲେ ଖେଳାଳି ଓ କୋଚ୍‌ଙ୍କୁ ଦିଲ୍ଲୀ ତ୍ୟାଗରାଜ ଷ୍ଟାଡିୟମ ଖାଲି କରିବାକୁ କୁହାଯାଉଛି। ଏଥିଯୋଗୁଁ ଅଭ୍ୟାସ ଉପରେ ପ୍ରଭାବ ପଡୁଛି। ପୂର୍ବରୁ କିନ୍ତୁ ଏଭଳି ହେଉନଥିଲା। ସନ୍ଧ୍ୟା ୮ଟାରୁ ସାଢ଼େ ୮ଟା ଯାଏଁ ଷ୍ଟାଡିୟମ ଖୋଲା ରହୁଥିଲା। ଏବେ କିନ୍ତୁ ଦିଲ୍ଲୀ ମୁଖ୍ୟ ସଚିବ ସଞ୍ଜୀବ ଖିରୱାର ଓ ତାଙ୍କ ପତ୍ନୀ ନିଜ କୁକୁରଙ୍କ ସହ ଷ୍ଟାଡିୟମରେ ଯେପରି ଆରାମରେ ବୁଲି ପାରିବେ ସେଥିପାଇଁ ସମୟ ପୂର୍ବରୁ ଗ୍ରାଉଣ୍ଡ ଖାଲି କରିଦିଆଯାଉଛି। ଅଥଲେଟ୍‌ଙ୍କ ପାଇଁ ଷ୍ଟାଡିୟମ ନୋ-ଏଣ୍ଟ୍ରି ଜୋନ୍‌ ପାଲଟି ଯାଉଛି ବୋଲି ସେମାନେ ଅଭିଯୋଗ ଆଣିଥିଲେ। ସେପଟେ କିନ୍ତୁ ଆଇଏଏସ୍‌ ସଞ୍ଜୀବ ଖିରଓ୍ୱାର ତାଙ୍କ ନାଁରେ ଆସିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ୧୯୯୪ ବ୍ୟାଚର ଆଇଏଏସ ଅଧିକାରୀ ହେଉଛନ୍ତି ସଂଜୀବ ଖୀରୱାର । ସେ ନିଜ ଉପରେ ଲାଗିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି । ଦିଲ୍ଲୀ ରାଜସ୍ୱ ବିଭାଗ ସଚିବ ସଂଜୀବ ଖୀରୱାର କହିଛନ୍ତି, ‘ଏକଥା ସତ ଯେ, ମୁଁ ମଝିରେ ମଝିରେ ମୋ କୁକୁର ସହ ଷ୍ଟାଡିୟମରେ ଚାଲିବା ପାଇଁ ଯାଏ । ହେଲେ ମୋ ଚାଲିବାରେ ଖେଳାଳିଙ୍କ ଟ୍ରେନିଂ ବାଧାପ୍ରାପ୍ତ ହୁଏ, ତାହା ମିଥ୍ୟା ଖବର ।

Advertisement

Leave a Reply

Your email address will not be published. Required fields are marked *