ଦୁର୍ଘଟଣାରେ ଯୁବକ ମୃତ,
ଦୁର୍ଘଟଣା ଘଟାଇଥିବା ବସକୁ ପୋଡ଼ିଦେଲେ ଲୋକେ

Advertisement

ଅନୁଗୋଳ(ସୁବ୍ରତ ପଟନାୟକ): ବସ୍ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ । ବସରେ ନିଆଁ ଲଗାଇଲେ ଉତ୍ତକ୍ତ ଲୋକେ । ଘଟଣା ଟି ଘଟିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଇଲାକାରେ ।ଘଟଣା ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ହେଲେ ଶ୍ରୀମୁଳା ଗ୍ରାମର ମୁକୁନ୍ଦ ସାହୁ। ଢେ଼ଙ୍କାନାଳ – କାମାକ୍ଷାନଗର ମୁଖ୍ୟରାସ୍ତା ଜଡାପାଳ ଛକନିକଟରେ ଦୁର୍ଘଟଣା।ମୃତ୍ୟୁକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଜାରି ରହିଥିବା ବେଳେ ବସରେ ନିଆଁ ଲଗାଇଦେଇଛନ୍ତି ଉତ୍ତକ୍ତ ଲୋକେ।ପୋଲିସ ଉପସ୍ଥିତିରେ ଲୋକମାନେ ନିଆଁ ଲଗାଇଥିବା ଜଣାପଡିଛି।ଅଗ୍ନିଶମ ବାହିନି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ, ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ପୋଲିସ। ତେବେ ଯାତାୟତ ସ୍ବଭାବିକ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *