ତାଲିବାନ୍ ସୈନ୍ୟ ନାରୀଙ୍କୁ ସମ୍ମାନ ଦେବା ତାଲିମ୍ ପାଇ ନ ଥିବାରୁ ନାରୀମାନଙ୍କୁ ଘରେ ରହିବାକୁ ନିର୍ଦେଶ

Advertisement

ନୂଆଦିଲ୍ଲୀ: ତାଲିବାନ୍ ସୈନିକମାନେ ନାରୀମାନଙ୍କୁ ମର୍ଯ୍ୟାଦା ଦେବା ପାଇଁ ତାଲିମ୍‌ ପାଇ ନ ଥିବାରୁ ନାରୀମାନେ ଘର ଭିତରେ ରୁହନ୍ତୁ ବୋଲି ତାଲିବାନ୍‌ କହିଛି।

ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ଏହା କ୍ଷଣସ୍ଥାୟୀ ଅବସ୍ଥା। ନାରୀମାନଙ୍କ ସୁରକ୍ଷା ନିମନ୍ତେ ସମୁଚ୍ଚିତ ନିରାପତ୍ତା ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଆଫଗାନିସ୍ତାନର କାମିକା (ବିଭିନ୍ନ କ୍ଷେତ୍ରରେ ବା ପ୍ରତିଷ୍ଠାନରେ କାର୍ଯ୍ୟରତା) ନାରୀମାନେ ଘରେ ରୁହନ୍ତୁ।

ମଙ୍ଗଳବାର ଦିନ କାବୁଲ୍‌ରେ ଜବିହୁଲ୍ଲା ମୁଜାହିଦ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି, ମହିଳା ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ କାର୍ଯ୍ୟ କ୍ଷେତ୍ରକୁ ଫେରିବା ଲାଗି ତାଲିବାନ୍ ବ୍ୟବସ୍ଥା କରୁଛି, କିନ୍ତୁ, ଏବେ ‘ସୁରକ୍ଷା’ ଦୃଷ୍ଟିରୁ ସେମାନେ ଘରେ ରହିବା ଆବଶ୍ୟକ।

Advertisement

ଆଫଗାନିସ୍ତାନରେ ତାଲିବାନ ନାରୀ ସ୍ବାଧୀନତା ଉପରେ କଟକଣା ଲାଗୁ କରିବା ଆଶଙ୍କା ଉଦ୍ରେକ ହେବା ପରେ ମୁଜାହିଦ୍‌ ଏ କଥା କହିଛନ୍ତି। କାରଣ ପୂର୍ବରୁ ମଧ୍ୟ ତାଲିବାନ୍ ନାରୀ ସ୍ବାଧୀନତା ଉପରେ କଟକଣା ଲାଗୁ କରିଥିଲା।

ନାରୀମାନେ ଚାକିରି କରିବା ଉପରେ କଟକଣା, ଝିଅମାନଙ୍କ ଶିକ୍ଷା ଅଧିକାରକୁ ଅଗ୍ରାହ୍ୟ ଏବଂ ଶାରିଆ ଆଇନ ଅନୁସାରେ, ନାରୀମାନଙ୍କ ସ୍ବାଧୀନତା ଉପରେ ଆଞ୍ଚ ଅଣାଯିବ ନାହିଁ ବୋଲି ତାଲିବାନ୍ ଘୋଷଣା କରିଥିଲେ ମଧ୍ୟ ଆଫଗାନିସ୍ତାନର ନାରୀମାନେ ଭୀତତ୍ରସ୍ତ ହୋଇ ରହିଛନ୍ତି।

Leave a Reply

Your email address will not be published. Required fields are marked *