କାବୁଲ୍ ବିମାନ ବନ୍ଦର ଛାଡ଼ିବା ଆଗରୁ ଅନେକ ବିମାନ ଓ ଯୁଦ୍ଧଯାନକୁ ଅକାମିକା କରି ଦେଇଛି ଆମେରିକା ସେନା

Advertisement

ୱାସିଂଟନ୍‌: ଆଫଗାନିସ୍ତାନ ଛାଡ଼ିବା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା ସେନା କାବୁଲ୍ ବିମାନ ବନ୍ଦରରେ ଅନେକ ବିମାନ ଓ ଯୁଦ୍ଧଯାନ ତଥା ଗୋଟାଏ ‘ହାଇ-ଟେକ୍‌ ରକେଟ୍‌ ଡିଫେନ୍‌ସ୍‌ ସିଷ୍ଟମ୍‌’କୁ ଅକାମିକା କରିଦେଇଥିବା କଥା ଜଣେ ଆମେରିକୀୟ ଜେନେରାଲ୍‌ କହିଛନ୍ତି।

‘ସେଣ୍ଟ୍ରାଲ୍‌ କମାଣ୍ଡ୍‌’ର ମୁଖ୍ୟ ଜେନେରାଲ୍‌ କେନିଥ୍ ମ୍ୟାକ୍‌କେନ୍‌ଜି କହିଛନ୍ତି, ତାଲିବାନ୍‌ ନିୟନ୍ତ୍ରଣାଧୀନ ଦେଶରୁ ଦୁଇ ସପ୍ତାହ ଜନସ୍ଥାନାନ୍ତରଣର ପରିସମାପ୍ତି ଘଟାଇବା ପୂର୍ବରୁ ‘ହମିଦ୍ କର୍ଜାଇ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଥିବା ୭୩ଟି ବିମାନକୁ ଯୁ୍କ୍ତରାଷ୍ଟ୍ର ଆମେରିକାର ସୈନିକମାନେ ‘ଯୁଦ୍ଧ-ଅନୁପଯୋଗୀ’ ବା ଅଚଳ କରି ଦେଇଛନ୍ତି।

ସେ ପୁଣି କହିଛନ୍ତି, ସେ ବିମାନ ସବୁ ଆଉ ଉଡ଼ି ପାରିବେ ନାହିଁ… କେହି ସେଗୁଡ଼ିକୁ ଚଳାଇ ପାରିବେ ନାହିଁ। ପ୍ରାରମ୍ଭରୁ ତ ସେଗୁଡ଼ିକରୁ ଅଧିକାଂଶଙ୍କର ଯୁଦ୍ଧ-ଅଭିଯାନ ସାମର୍ଥ୍ୟ ନ ଥିଲା। କିନ୍ତୁ, ଏକଥା ସୁନିଶ୍ଚିତ ଯେ, ସେ ସବୁ ଆଉ କଦାପି ଉଡ଼ି ପାରିବେ ନାହିଁ।

Advertisement

ଅଗଷ୍ଟ ୧୪ ତାରିଖ ଦିନ ବିମାନ ଯୋଗେ ଜନସ୍ଥାନାନ୍ତରଣ ଆରମ୍ଭ ହେବା ସମୟରେ କାବୁଲ୍ ବିମାନ ବନ୍ଦର ଦଖଲ ଓ ପରିଚାଳନା ନିମନ୍ତେ ପ୍ରାୟ ୬୦୦୦ ସୈନିକ ଏକଜୁଟ୍ କରିଥିବା ପେଣ୍ଟାଗନ୍‌ ଛାଡ଼ି ଆସିଥିବା ପ୍ରାୟ ୭୦ଟି ‘ଏମ୍‌ଆର୍‌ଏପି ଆର୍ମୋର୍‌ଡ୍‌ ଟ୍ୟାକ୍ଟିକାଲ୍‌ ଭେଇକ୍ଲ୍‌’ ଏବଂ ୨୭ଟି ‘ହମ୍‌ଭି’କୁ ଅକାମିକା କରି ଦିଆଯାଇଛି। ଗୋଟିଏ ‘ଏମ୍‌ଆର୍‌ଏପି ଆର୍ମୋର୍‌ଡ୍‌ ଟ୍ୟାକ୍ଟିକାଲ୍‌ ଭେଇକ୍ଲ୍‌’ର ମୂଲ୍ୟ ପ୍ରାୟ ୧ ମିଲିୟନ୍‌ ଡଲାର୍‌। ସେ ଗାଡ଼ିଗୁଡ଼ିକୁ ଆଉ କଦାପି କେହି ବ୍ୟବହାର କରି ପାରିବେ ନାହିଁ ବୋଲି ସେ କହିଛନ୍ତି।

ଏହା ବ୍ୟତିରେକେ, ରକେଟ୍‌ ଆକ୍ରମଣରୁ ବିମାନ ବନ୍ଦରକୁ ନିରାପଦ ରଖିବା ନିମନ୍ତେ ବ୍ୟବହୃତ ହୋଇଥିବା ‘ସି-ରାମ୍‌ ସିଷ୍ଟମ୍‌-କାଉଣ୍ଟର୍‌ ରକେଟ୍‌’, ‘ଆର୍ଟିଲାରି’ ଏବଂ ‘ମୋର୍ଟାର୍‌’ଗୁଡ଼ିକୁ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ଛାଡ଼ି ଆସିଛି। ଏହାଦ୍ବାରା ସୋମବାର ଦିନ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ନିକ୍ଷେପ କରିଥିବା ୫ଟି ରକେଟ୍‌ ଆକ୍ରମଣରୁ ରକ୍ଷା ମିଳିଥିଲା।

ମ୍ୟାକ୍‌କେନ୍‌ଜି କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାର ‌ସବା ଶେଷ ବିମାନ ଉଡ଼ାଣ ଆରମ୍ଭ କରିବାର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଆମେ ଉକ୍ତ ସିଷ୍ଟମ୍‌ଗୁଡ଼ିକୁ ସକ୍ରିୟ କରି ରଖିବା ଲାଗି ସ୍ଥିର କରିଥିଲୁ। ସେ ସିଷ୍ଟମ୍‌ଗୁଡ଼ିକୁ ଭାଙ୍ଗିବା ବଡ଼ ଜଟିଳ ଏବଂ ସମୟ ସାପେକ୍ଷ ବ୍ୟାପାର। ତେଣୁ, ଆମେ ସେ ସିଷ୍ଟମ୍‌ଗୁଡ଼ିକୁ ‘ଯୁଦ୍ଧ-ଅନୁପଯୋଗୀ’ କରିପକାଇଛୁ। ତେଣୁ, ସେଗୁଡ଼ିକୁ ଆଉ ବ୍ୟବହାର କରାଯାଇ ପାରିବ ନାହିଁ।

Leave a Reply

Your email address will not be published. Required fields are marked *