ଧର୍ମ ପରିବର୍ତ୍ତନ କଲେ ୨୦ ଖ୍ରୀଷ୍ଟିଆନ ପରିବାର

Advertisement

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲାର ପୋକତୁଙ୍ଗା ଗାଁରେ ପ୍ରାୟ ୨୦ଟି ଖ୍ରୀଷ୍ଟିଆନ ପରିବାର ହିନ୍ଦୁ ଧର୍ମକୁ ଫେରିଛନ୍ତି। ଏଥିପାଇଁ ଗାଁର ରଣେଶ୍ୱର ମନ୍ଦିରରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରା ଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ କର୍ମକର୍ତାଙ୍କ ଉପସ୍ଥିତିରେ ହୋମ ଯଜ୍ଞ ଆଦି କରା ଯାଇଥିଲା। ଖ୍ରୀଷ୍ଟିଆନ ପରିବାରର ସଦସ୍ୟ ମାନଙ୍କୁ  ଗଙ୍ଗା ଜଳ ସିଞ୍ଚନ କରି ପଞ୍ଚାମୃତ ସେବନ କରାଇ  ପୁଣି ଥରେ ହିନ୍ଦୁ ଧର୍ମକୁ ଫେରାଇ ଅଣା ଯାଇଥିଲା।

ଅନୁଗୁଳ ବ୍ଲକ ପୋକତୁଙ୍ଗା ଗାଁର ପ୍ରାୟ ୨୦ରୁ ଅଧିକ ଅନୁସୂଚିତ ଜାତିର ପରିବାରକୁ ଖ୍ରୀଷ୍ଟିଆନ୍ ଧର୍ମରେ ଦୀକ୍ଷିତ କରା ଯାଇଥିଲା। କିଛି ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଲୋକ ଗାଁକୁ ଯାଇ ବିଭିନ୍ନ ପ୍ରକାର ଲୋଭ ଦେଖାଇ ଏମାନଙ୍କୁ ଏହି ଧର୍ମରେ ଦୀକ୍ଷିତ କରାଇଥିଲେ। କିନ୍ତୁ କିଛି ମାସ ପରେ ସେମାନେ କୌଣସି ଲାଭ ପାଇଲେ ନାହିଁ। ଫଳରେ ସେମାନେ ସେମାନଙ୍କ ମୂଳ ଧର୍ମକୁ ଫେରିବାକୁ ଚାହିଁଥିଲେ। ଏଥିପାଇଁ ସେମାନେ ଗାଁର କିଛି ପୁରୁଖା ଲୋକଙ୍କ ସହ ଯୋଗାଯୋଗ କରିଥିଲେ।  ସେମାନଙ୍କ ଆଗ୍ରହ ଯୋଗୁ ଆଜି ଗାଁର ରଣେଶ୍ୱର  ମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦର ବହୁ ବରିଷ୍ଠ କର୍ମକର୍ତା ଏଥିରେ ଯୋଗ ଦେଇଥିଲେ। ହୋମ ଯଜ୍ଞର ଆୟୋଜନ କରାଯାଇଥିଲା। ହିନ୍ଦୁ ଧର୍ମକୁ ଫେରିବାକୁ ଆସିଥିବା ପରିବାରର ସଦସ୍ୟ ମାନଙ୍କୁ ପ୍ରଥମେ ନୂତନ ଵସ୍ତ୍ର ପ୍ରଦାନ କରାଯାଇଥିଲା। ଏହା ପରେ ପ୍ରତ୍ୟକ ସଦସ୍ୟଙ୍କୁ ପ୍ରଥମେ ଗଙ୍ଗା ଜଲ ପକାଇ ସୁଧ କରା ଯାଇଥିଲା। ସେମାନଙ୍କୁ ପଞ୍ଚାମୃତ ଓ ପ୍ରସାଦ ସେବନ କରା ଯାଇଥିଲା। ଏହାପରେ ସମସ୍ତ ସଦସ୍ୟ ତୁଳସୀ ମାଳ ପରିଧାନ କରିଥିଲେ। ହରିବୋଲ ହୁଳହୁଳି ପକାଇ ସେମାନେ ହିନ୍ଦୁ ଧର୍ମକୁ ଫେରିଥିଲେ। ପ୍ରଲୋଭନର ଶିକାର ହୋଇ ସେମାନେ ଧର୍ମ ବଦଳାଇ ଥିବାରୁ ଦୁଃଖ ପ୍ରକାଶ କରିବା ସହ ପୁଣି ଥରେ ମୂଳ ଧର୍ମକୁ ଫେରି ଆସିଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *