ଅନୁଗୁଳ: ବଜ୍ରପାତରେ ଯୁବକ ମୃତ

Advertisement

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମର ଜଣେ ଯୁବକ ବିଲରେ ଚାଷ କାର୍ଯ୍ୟରେ ଥିବାବେଳେ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଆଜି ସକାଳେ ବିଜୟ ସାହୁଙ୍କ ପୁଅ ଲୋଟନ(୨୩) ସହିତ ବିଲକୁ ଚାଷ କାର୍ଯ୍ୟ ପାଇଁ ଯାଇଥିଲେ। ସକାଳ ୮ ଟାରେ ବଜ୍ରପାତରେ ଲୋଟନ ଟଳିପଡ଼ିଥିଲେ।

ତାଙ୍କୁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ଅପମୃତ୍ୟୁ ମାମଲାରେ ତଦନ୍ତ ଚଳାଇଛି।

Advertisement

Leave a Reply

Your email address will not be published. Required fields are marked *