ପରିସ୍ଥିତି ପାଇଁ ଆମେରିକାକୁ ଦାୟୀ କଲା ତାଲିବାନ

Advertisement

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରରୁ ହଜାର ହଜାର ଲୋକଙ୍କୁ ଖାଲି କରିବା ସମୟରେ ଯେଉଁ ଅରାଜକ ସ୍ଥିତି ଉପୁଜିଛି ସେଥିପାଇଁ ତାଲିବାନ ଆମେରିକାକୁ ଦାୟୀ କରିଛି। ତାଲିବାନ ଅଫିସର୍‌ ଅମିର ଖାନ୍‌ ମୁତାକି କହିଛନ୍ତି, ଆମେରିକା ଏହାର ସମସ୍ତ ଶକ୍ତି ଏବଂ ସୁବିଧାର ବ୍ୟବହାର କରି ମଧ୍ୟ ବିମାନବନ୍ଦରରେ ଶାନ୍ତି ରକ୍ଷା‌ କରିବାରେ ବିଫଳ ହୋଇଛି। ସମଗ୍ର ଦେଶରେ ଶାନ୍ତି ଏବଂ ସ୍ଥିରତା ଜାରି ରହିଥିବା ବେଳେ କେବଳ କାବୁଲ ବିମାନବନ୍ଦରରେ ଅରାଜକ ସ୍ଥିତି ଉପୁଜିଛି। ଅନ୍ୟପକ୍ଷରେ ଆମେରିକା ଏହାର ନାଗରିକଙ୍କୁ କାବୁଲ ବିମାନବନ୍ଦରର ସୁରକ୍ଷା ସ୍ଥିତି ନେଇ ସତର୍କ କରାଇଛି। ତାଲିବାନ କବଳରୁ ସମସ୍ତ ନାଗରିକଙ୍କୁ ମୁକ୍ତ କରିବା ଅସମ୍ଭବ ବୋଲି ୟୁରୋପୀୟ ସଂଘ ସ୍ବୀକାର କରିଛି।

ଏବେ ଭୟଭୀତ ଆଫଗାନ୍‌ ନାଗରିକମାନେ କାବୁଲ ବିମାନବନ୍ଦରରେ ପହଞ୍ଚି ସେମାନଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରୁଛନ୍ତି। ଦିନକୁ ଦିନ ସ୍ଥିତି ଅତ୍ୟନ୍ତ ଜଟିଳ ହେଉଛି। ଆମେରିକା ମଧ୍ୟ ଏତେ ସଂଖ୍ୟାରେ ନାଗରିକଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଛି। ଅନେକ ଲୋକ ଚିତ୍କାର କରି କହୁଛନ୍ତି, ‘ଦୟାକରି ଆମକୁ ନେଇଯାଅ, ଯେଉଁଠି ହେଲେ ବି ପହଞ୍ଚାଇ ଦିଅ’। ଆମେରିକା ଅଗଷ୍ଟ ୩୧ ସୁଦ୍ଧା ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଶେଷ କରିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଛି। ଆଫଗାନିସ୍ତାନରୁ ୧୫ ହଜାର ଆମେରିକୀୟ ଏବଂ ୫୦ରୁ ୬୦ ହଜାର ଆଫଗାନ୍‌ ସହଯୋଗୀ ଖାଲି ହେବେ ବୋଲି ବାଇଡେନ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି।

Advertisement

Leave a Reply

Your email address will not be published. Required fields are marked *