Rural Development Trust: ଜିଏମଡିସିର ଗ୍ରାମ୍ୟ ବିକାଶ ଟ୍ରଷ୍ଟ ତରଫରୁ ଛଅଟି ଗୋଷ୍ଠୀଗତ ପ୍ରକଳ୍ପ ଲୋକାର୍ପିତ

Advertisement

Rural Development Trust:ଗୁଜୁରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ୍ ନିଜର ସାମାଜିକ ଦାୟିତ୍ବ ଶାଖା, ଗ୍ରାମ୍ୟ ବିକାଶ ଟ୍ରଷ୍ଟ (ଜିଏମଡିସି-ଜିଭିଟି) ଦ୍ୱାରା ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଓ ମାଛକୁଟା ପଞ୍ଚାୟତରେ ଛଅ ଗୋଟି ଗୋଷ୍ଠୀଗତ ପ୍ରକଳ୍ପ ଲୋକାର୍ପିତ କରାଯାଇଛି । ସାମୂହିକ ଭାବରେ ପ୍ରାୟ ୩୦ ଲକ୍ଷ ଖର୍ଚ୍ଚ ବ୍ୟୟ ହୋଇଥିବା ଏହି ପ୍ରକଳ୍ପଗୁଡିକ ସ୍ଥାନୀୟ ବାସିନ୍ଦାଙ୍କ ସାମାଜିକ ଜୀବନର ସମୃଦ୍ଧ କରିବାରେ ସହାୟକ ହେବ ।

ଏହି ସମସ୍ତ ପ୍ରକଳ୍ପ ମଧ୍ୟରେ ମନ୍ଦିର ନବୀକରଣ, ଖେଳ ପଡ଼ିଆର ଉନ୍ନତିକରଣ ଓ କମ୍ୟୁନିଟି ହଲ୍ ନିର୍ମାଣ ଇତ୍ୟାଦି କାର୍ଯ୍ୟ ସମ୍ପାଦନ କରାଯାଇଛି ।

ଜିଏମଡିସି-ଜିଭିଟି ଦ୍ବାରା ମାଛକୁଟା ପଞ୍ଚାୟତର ମଝି ସାହି କମ୍ୟୁନିଟି ହଲ୍ ର ସମ୍ପୂର୍ଣ ନିର୍ମାଣ କାର୍ଯ୍ୟ କରାଯାଇଛି । ମଝି ସାହି କମ୍ୟୁନିଟି ହଲ୍ ସହ ପୋଡାପଡା ଗ୍ରାମର କ୍ରିକେଟ ପଡ଼ିଆର ଉନ୍ନତିକରଣ କାର୍ଯ୍ୟ ସମ୍ପାଦନର ଉଦ୍ଘାଟନ ସମାରୋହରେ ବ୍ଲକ୍ ଚେୟାରମ୍ୟାନ୍ ସୁମିତ୍ରା ସାହୁ, ଜିଏମଡିସି ବୈତରଣୀ ପଶ୍ଚିମ କୋଇଲା ଖଣି ପ୍ରକଳ୍ପ ମୁଖ୍ୟ ବ୍ରିଗେଡିଏର ମନୁ ମେହରୋତ୍ରା, ଜିଲ୍ଲା ପରିଷଦ ସଦସ୍ୟ ଯଶୋବନ୍ତ ପ୍ରସାଦ ବେହେରା, ସମିତି ସଭ୍ୟ ସୁମନ୍ତ ବେହେରା ଓ ପୋଡାପଡା ଗ୍ରାମ ସଭାପତି ଗୋପବନ୍ଧୁ ଗଡ଼ନାୟକଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା । ଛେଣ୍ଡିପଦାର ଯୁବ ନେତା ଅକ୍ଷୟପାଦ ବେହେରା, ବିଏନବି ତରଫରୁ ପ୍ରକଳ୍ପ ପରିଚାଳକ ରୋମାଞ୍ଚଳ ଖମାରି, ଗୋଷ୍ଠୀ ପରିଚାଳକ ମୁଖ୍ୟ ରଶ୍ମୀ ରଞ୍ଜନ ଶତପଥୀ ଓ ସ୍ଥାନୀୟ ନେତୃବୃଦ ସହ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Advertisement

ଏଥି ସହିତ ଜିଏମଡିସି ଦ୍ବାରା ଛେଣ୍ଡିପଦା ପଞ୍ଚାୟତରେ ମାଛକୁଟା ଶିବ ମନ୍ଦିରର ନବୀକରଣ, ରୁଗୁଡି ସାହି କମ୍ୟୁନିଟି ହଲ୍ ନବୀକରଣ ଓ ସିଭିଲ କୋର୍ଟ ଛେଣ୍ଡିପଦା ସମ୍ମିଳନୀ କକ୍ଷର ନବୀକରଣ କାର୍ଯ୍ୟର ମଧ୍ୟ ଲୋକାର୍ପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଏମ୍‌ଡିସି କମ୍ପାନୀ ସହ ବିଏନବି କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ସ୍ଥାନୀୟ ବାସିନ୍ଦା ଦ୍ବାରା ଏହି ସମସ୍ତ ପ୍ରକଳ୍ପକୁ ସ୍ବାଗତ କରାଯାଇଛି ।

Leave a Reply

Your email address will not be published. Required fields are marked *