ସଞ୍ଜୀବ କୁମାର ମାଣ୍ଡୋଠିଆ ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ

Advertisement

ଅନୁଗୋଳ: କ୍ୟାପଟେନ ଅଜୟ ସିଂହ ଯାଦବ ଅଖିଳ ଭାରତୀୟ କଂଗ୍ରେସ କମିଟିର ଓବିସି ବିଭାଗର ଅଧ୍ୟକ୍ଷ, ଓଡ଼ିଶା କଂଗ୍ରେସ କମିଟିର ଓବିସି ବିଭାଗର ରାଜ୍ୟ କର୍ମକର୍ତ୍ତା ମନୋନୀତ କରିଛନ୍ତି।ଏହାକୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗର ସଭାପତି ବିଜୟାନନ୍ଦ ଚାଉଳିଆ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି। ଏଥିରେ ଅନୁଗୋଳ ଜିଲ୍ଲାର ଯୁବ ସଂଗଠକ ସଞ୍ଜୀବ କୁମାର ମାଣ୍ଡୋଠିଆ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ପୂର୍ବରୁ ସଞ୍ଜୀବ କୁମାର ମଣ୍ଡୋଠିଆ ଜିଲ୍ଲା ଛାତ୍ର କଂଗ୍ରେସର ଉପ-ସଭାପତି, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ, ଜିଲ୍ଲା ଯୁବ ଶ୍ରମିକ କଂଗ୍ରେସ ଉପ-ସଭାପତି, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ଜିଲ୍ଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ଭାବେ ଦାୟିତ୍ଵ ସୁଚାର ରୂପେ ତୁଲାଇଛନ୍ତି। ସେ ଜଣେ ସାଲିସ୍ ବିହୀନ ଯୁବ ସଂଗଠକ ହିସାବରେ ଅନୁଗୋଳ ଜିଲ୍ଲାରେ ପରିଚିତ ଅଛନ୍ତି।

ଏହି ନୂତନ ଦାୟିତ୍ଵ ପାଇବା ପରେ ଅନୁଗୋଳ ସହରରେ ଉତ୍ସାହିତ ବାତାବରଣ ହେବା ସହ ସଞ୍ଜୀବ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ୍ଡଗେ, ରାହୁଲ ଗାନ୍ଧୀ , ଅଖିଳ ଭାରତୀୟ କଂଗ୍ରେସ କମିଟି ଓବିସି ବିଭାଗର ଅଧକ୍ଷ କ୍ୟାପଟେନ ଅଜୟ ସିଂହ ଯାଦବ, ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ଓବିସିର ସଭାପତି ବିଜୟାନନ୍ଦ ଚାଉଳିଆଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *