ଅନୁଗୋଳ: ଗରିବ ଅସହାୟ , ଭିନ୍ନକ୍ଷମ ସମେତ ଆର୍ଥକ ଦୃଷ୍ଟି କୋଣରୁ ଅନଗ୍ରସର ଙ୍କୁ ମାନବିକିତା ଦୃଷ୍ଟି କୋଣରୁ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ଯୋଗାଇ ଦେଲା କମ୍ବଳ ଓ ବସ୍ତ୍ର ।
ଦେବଗଡ଼ , ଛେଣ୍ଡିପଦା ପରେ ଆଜି ଅନୁଗୁଳ ବ୍ଲକ ତଥା ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ର ପୁରୁଣାଗଡ଼ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିସରରେ ଅସହାୟ ଙ୍କୁ ଫାଉଣ୍ଡେସନ ଯୋଗାଇ ଦେଇଛି କମ୍ବଳ ଓ ଶୀତ ବସ୍ତ୍ର ।
ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ର ମୁଖ୍ୟ ଶ୍ରୀମତି ମୃଦୃଲା ଠାକୁର ପ୍ରଧାନ ଙ୍କ ସୁପୁତ୍ରୀ କନ୍ୟା ନୈମିଷା ପ୍ରଧାନ ଓ ସୁପୁତ୍ର ନିଶାନ୍ତ ପ୍ରଧାନ ଙ୍କୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା ।
ପରେ ଉଭୟ ସେଠାରେ ଉପସ୍ଥିତ ଗରିବ ଅସହାୟ ଙ୍କୁ କମ୍ବଳ ଓ ବସ୍ତ୍ର ପ୍ରଦାନ କରିବା ପରେ ପରେ ଅନୁରୂପ ଭାବରେ ସରଧାପୁର ଓ ମାଣିକ ଯୋଡି ପଞ୍ଚାୟତ ରେ ମଧ୍ୟ ଏହି ଜନ କଲ୍ୟାଣ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରେ ପୁରୁନାଗଡ ଜଗନ୍ନାଥ ମନ୍ଦିରରେ ମିଳିତ ପୂଜାର୍ଚ୍ଚନା ରେ ସାମିଲ ହୋଇଥିଲେ ସମସ୍ତେ ।
ଆୟୋଜିତ କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲା ବିଜେପି ସଭାପତି ଦିଲେଶ୍ୱର୍ ପ୍ରଧାନ , ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ , ବିଜେପି ନେତା ସୁଦୀପ ଗଡନାୟକ୍ , ବିଜ୍ଵଜିତ୍ ମିଶ୍ର , ରତ୍ନା କର ସାହୁ , ସରୋଜ ଜେନା , ପ୍ରଦୀପ ପ୍ରଧାନ , ସରୋଜ ସାହୁ , ବିଦ୍ୟାଧର ଚିନିରା ଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ପ୍ରମୁଖ ସାମିଲ ହୋଇଥିଲେ

