ଉଚ୍ଛେଦ ବନ୍ଦକରି ଘର ଡ଼ିହ ପଟ୍ଟା ପ୍ରଦାନ ଦାବିରେ ଅନୁଗୋଳ ମ୍ୟୁନିସିପାଲଟି ସମ୍ମୁଖରେ ଗଣଧାରଣା

Advertisement

ଅନୁଗୋଳ: ଅନୁଗୋଳ ମ୍ୟୁନିସିପାଲିଟି ଅନ୍ତର୍ଗତ ୮ ନଂ. ୱାର୍ଡର ବସ୍ତିବାସିନ୍ଦାଙ୍କ ତରଫରୁ ଶୁକ୍ରବାର ଦିନ ସ୍ଥାନୀୟ ଗୋପବନ୍ଧୁ ପାର୍କଠାରୁ ଏକ ଶୋଭାଯାତ୍ରାରେ ବାହାରି ଘର ଉଚ୍ଛେଦ ବନ୍ଦ କରାଯାଇ ସମସ୍ତଙ୍କୁ ଘରଡ଼ିହ ପଟ୍ଟା ପ୍ରଦାନ ଦାବିରେ ବିଭିନ୍ନ ସ୍ଲୋଗାନ୍ ଦେଇ ମ୍ୟୁନିସିପାଲିଟି ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ପ୍ରାୟ ଦିନ ୨ଟା ପର୍ଯ୍ୟନ୍ତ ଦୀର୍ଘ ସମୟ ପାଇଁ ଧାରଣାରେ ବସିରହିଥିଲେ। ଉକ୍ତ ଧାରଣା ସ୍ଥଳରେ ବସ୍ତିସୁରକ୍ଷା କମିଟିର ଅନ୍ୟତମ ଆବାହକ ଶ୍ରୀଯୁକ୍ତ ଜେନାମଣି ପ୍ରଶାନ୍ତ କୁମାର ରାଉତରାୟ, ଲଳିତା ନାଏକ, ପ୍ରଫୁଲ ମହାପାତ୍ର ଲକ୍ଷ୍ମୀ ଭୋଇ, ମଞ୍ଜୁଳା ବେହେରା ଅନ୍ୟତମ ଆବାହିକା ଜ୍ୟୋତ୍ସ୍ନା ସାମଲ ଏବଂ ଏସ୍.ୟୁ.ସି.ଆଇ କମ୍ୟୁନିଷ୍ଟର ଆଞ୍ଚଳିକ ସଂପାଦକ ଶ୍ରୀଯୁକ୍ତ ବ୍ରଜବନ୍ଧୁ ସାହୁ ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ କହିଥିଲେ ଯେ ଗତ କିଛିଦିନ ଧରି ଅନୁଗୋଳ ସହରର ସର୍ବପୁରାତନ ବସ୍ତି, ଆଜକୁ ୨୫୦ ବର୍ଷ ଧରି ରହି ଆସିଥିଲା ବେଳେ ଏବଂ ବିଭିନ୍ନ ସମୟରେ ଘର ଡ଼ିହ ପଟ୍ଟାପାଇଁ ଦାବି କିଛି ଆସୁଥିଲା ବେଲେ ସେମାନଙ୍କୁ ଘରଡ଼ିହ ପଟ୍ଟା ନ ଦେଇ ଗତ କିଛି ଦିନ ହେଲାଣି ପାର୍କ ନିର୍ମାଣ ପାଇଁ ଉଚ୍ଛେଦ କରିବା ନୋଟିସ ଦେଇ, ଡ଼ାକ ବାଜି ଯନ୍ତ୍ରଦ୍ବାରା ବାରମ୍ବାର ଗାଡ଼ି ବୁଲାଇ, ପ୍ରଚାର କରି ଉଚ୍ଛେଦ କରିବାର ଆତଙ୍କିତ କରାଯାଉଛି । ତେଣୁ ଏଭଳି ଅନ୍ୟାୟ ଓ ଅଗଣତାନ୍ତ୍ରିକ ପଦକ୍ଷେପକୁ ଅବିଳମ୍ବେ ବାତିଲ କରି ସମସ୍ତଙ୍କୁ ଘରଡ଼ିହ ପଟ୍ଟା ଯୋଗାଇ ଦେବାକୁ ବକ୍ତବ୍ୟ ରଖିଥିଲେ। ବସ୍ତି ବାସିନ୍ଦାଙ୍କ ତରଫରୁ ବସ୍ତି ସୁରକ୍ଷା କମିଟିର ଆବାହିକା ଜ୍ୟୋତ୍ସ୍ନା ସାମଲଙ୍କ ନେତୃତ୍ବରେ ୮ ନଂ. ଜ୍ବାର୍ଡର ବସ୍ତି ବାସିନ୍ଦାଙ୍କ ତରଫରୁ ଲକ୍ଷ୍ମୀ ଭୋଇ, ମଞ୍ଜୁଳା ବେହେରା, ମିଲି ଭୋଇ, ସୁନନ୍ଦା ଭୋଇ ଟିକିନା ଭୋଇ, ମୋତି ଭୋଇ, ମହେଶ୍ବର ଭୋଇ ଆଜି ପ୍ରତିନିଧିମାନେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ଦେଇ ଏ ବିଷୟରେ ଆଲୋଚନା କରିଥିଲେ। ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଉପରସ୍ତର ତଥା ଅନ୍ୟମାନଙ୍କ ସହିତ ଆଲୋଚନା କରି ନୋଟିସ ବାତିଲ କରିବା ସହିତ ବସ୍ତି ଉଚ୍ଛେଦ ବନ୍ଦ କରି ସମସ୍ତଙ୍କୁ କିପରି ଆବାସ ଯୋଜନାରେ ଘରଡ଼ିହ ଏବଂ ଘରର ଯୋଗାଇବାର ବ୍ୟବସ୍ଥା କରାଯିବ ବୋଲି କହି ବାରୁ ବସ୍ତିବାସିନ୍ଦାମାନେ ଧାରଣାରୁ ଉଠିଥିଲେ ଏବଂ ପରେ ଏହି ଦାବିପତ୍ରକୁ ତହସିଲଦାରକୁ ମଧ୍ୟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *