Angul News:ଅନୁଗୁଳ: ଗୋପାଳପୁର ସମେତ ରାଜ୍ୟରେ ସମ୍ପ୍ରତି ଘଟିଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କୁ କଠୋର ଦଣ୍ଡବିଧାନ କରିବା, ମଦ, ଅଶ୍ଳୀଳତାର ପ୍ର·ର ପ୍ରସାର ବନ୍ଦ, ମହିଳାଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ଦାବିରେ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ସାରା ଓଡିଶା ପ୍ରତିବାଦ ଦିବସ ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଡି.ଏସ୍.ଓ., ଡି.ୱାଇ.ଓ, ଏମ୍.ଏସ୍.ଏସ୍. ଉଦ୍ୟୋଗରେ ଅନୁଗୁଳ ସହରର ରାଜାଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲ୍ଲା ସଭାନେତ୍ରୀ ମନେ୍ଦାଦରୀ ରାଉଳଙ୍କ ପରି·ଳନାରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ସମ୍ପାଦିକା ସରୋଜିନୀ ନାୟକଙ୍କ ସମେତ ଯୁବନେତା କେଦାରନାଥ ସାହୁ, ମାନସ ପାଳ, କୈଳାସ ସାହୁ ଏବଂ ଛାତ୍ରୀନେତ୍ରୀ ସରୋଜିନୀ ବେହେରା ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ଡବଲ ଇଞ୍ଜିନ ସରକାରରେ ରାଜ୍ୟର ମହିଳାମାନେ କେତେ ସୁରକ୍ଷିତ ତାହା ବିଗତ କେତେ ଦିନର ଘଟଣାଗୁଡିକରୁ ସ୍ପଷ୍ଟ ଜଣାପଡୁଛି । ଏଣୁ ସମାଜର ସବୁବର୍ଗର ଜନସାଧାରଣ ଏଭଳି ଘଟଣା ବିରୁଦ୍ଧରେ ବ୍ୟାପକ ଜନଆନେ୍ଦାଳନ ସଂଗଠିତ କରିବାକୁ ଆହ୍ୱାନ କରିଥିଲେ । ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ନାରୀନେତ୍ରୀ ପ୍ରଗତିବାଳା ନାୟକ, ବିନତୀ ସାହୁଙ୍କ ସମେତ ଚୈତନ୍ୟ ମହାରଣା, ଅକ୍ଷୟ ପଣ୍ଡା, ନିରଞ୍ଜନ ନାୟକ, ନିରୂପମା ନାୟକ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ପୂର୍ବାହ୍ନରେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ମାଧ୍ୟମରେ ପ୍ରଦାନ କରାଯାଇଥିବା ଜଣାଯାଇଛି ।
Angul News: ନାରୀଙ୍କୁ ସୁରକ୍ଷା ଏବଂ ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦାବି, ରାଜାଛକରେ ପ୍ରତିବାଦ ସଭା

