Rudra Narayan Pani: ଶ୍ରମିକମାନଙ୍କ ସମସ୍ୟାକୁ ନେଇ ପାୱାର ୱାର୍କର୍ସ ୟୁନିୟନ ଢେଙ୍କାନାଳ ସାଂସଦ ରୁଦ୍ର ପାଣିଙ୍କୁ ଭେଟିଲା

Advertisement

Angul News: ତାଳଚେର: ତାଳଚେର ଥର୍ମାଲ ପ୍ଲାଣ୍ଟ ରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ରହିଛି |ଠିକା ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା କୁ ନେଇ ଏନଟିପିସି ପାୱାର ୱାର୍କର୍ସ ୟୁନିୟନ ର କର୍ମକର୍ତା ମାନେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି |ପାୱାର ୱାର୍କର୍ସ ୟୁନିୟନ ର ସେକ୍ରେଟାରୀ ପ୍ରଦୀପ କୁମାର ସାମଲ ଓ ଦେବବ୍ରତ ରଥ ଅନ୍ୟତମ ସଦସ୍ୟ ଆଲୋକ ବିହାରୀ ସାମଲ, ଶଶାଙ୍କ ଗଡ଼ନାୟକ, ଛବି ମହାନ୍ତି, ରଂଜିତ ସାମଲ. ଶିବରାମ ପ୍ରଧାନ ପ୍ରମୁଖ ସାଂସଦ ଶ୍ରୀ ପାଣି ଙ୍କୁ ଅନୁଗୁଳ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି |ଏନଟିପିସି ଟିଟିପିଏସ ର ଠିକା କର୍ମଚାରୀମାନଙ୍କ ର ଡ୍ୟୁଟିକୁ ୧୫ ଦିନରୁ ୨୬ ଦିନ କୁ ବଢାଇବା, 450 ରୁ ଉର୍ଦ୍ଧ ଛଟେଇ ଠିକା ଶ୍ରମିକଙ୍କ ପୁନଃ ନିଯୁକ୍ତି, ସ୍ପେସିଆଲ ଆଲାଉନ୍ସ ୨୨ ଟଙ୍କା ରୁ ୫୦ ଟଙ୍କା କୁ ବୃଦ୍ଧି କରିବା ନିମନ୍ତେ ଦାବୀପତ୍ରରେ ଉଲେଖ ରହିଛି।

ସାଂସଦ ଶ୍ରୀ ପାଣି ତାଙ୍କର ଦାବି ପତ୍ର କୁ ସହୃଦୟ ସହ ବିଚାର କରି ଏନଟିପିସି ର ସିଜିଏମ ଙ୍କ ସହ ଫୋନ ଯୋଗେ କଥା ହେବା ସହ ତୁରନ୍ତ ଏ ସମସ୍ୟା ର ସମାଧାନ କରିବା ପାଇଁ ପତ୍ର ଲେଖି ଜଣାଇଛନ୍ତି |ଦାବିପତ୍ର ପ୍ରଦାନ ସମୟରେ ସାଂସଦ ଶ୍ରୀପାଣି ଙ୍କ ସହ ବିଜେପି ମଣ୍ଡଳ ସଭାପତି ବରୁଣ ସାହୁ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ 

Advertisement

Leave a Reply

Your email address will not be published. Required fields are marked *