ରାଇରଂଗପୁରରେ ବିଜୁ ଜନତା ଦଳ ପକ୍ଷରୁ ଜନ ସଂପର୍କ ପଦଯାତ୍ରା

Advertisement

ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡ଼ା): ଦୁଇ ଅକ୍ଟୋବରରୁ ଦୁଇ ନଭେମ୍ବର ବିଜୁ ଜନତା ଦଳ ଆନୁକୂଲ୍ୟରେ ଜନ ସଂପର୍କ ପଦଯାତ୍ରା , ଘରେ ଘରେ ପହଂଚିବ ବିଜୟର ବାର୍ତ୍ତା। ବିଜୁ ଜନତା ଦଳ ସୁପ୍ରିମୋ ନବୀନ ବାବୁ ଦୀର୍ଘ ବାଇଶି ବର୍ଷ ଧରି ସାଧାରଣ ନିର୍ବାଚନରେ ଜନସାଧାରଣଙ୍କ ଆଶା ଭରସା ପାଇଛନ୍ତି। ପୁଣି ସେ ପଂଚାୟତ ଓ ପୌର ନିର୍ବାଚନରେ ଓଡିଶାବାସୀଙ୍କ ସମର୍ଥନ ମିଳିଛି। ଜିଲ୍ଲା ପରିଷଦ ନିର୍ବାଚନରେ ମଧ୍ୟ ଜନ ସମର୍ଥନ ପାଇଛନ୍ତି।

ଓଡିଶାବାସୀ କହିଲେ ନବୀନ ବାବୁଙ୍କ ସରକାର। ଦୀର୍ଘ ବାଇଶି ବର୍ଷ ଭିତରେ ଓଡିଶାର ରୂପରେଖ ପରିବର୍ତ୍ତନ କରିଛନ୍ତି କହିଲେ ଦ୍ବିମତ ନାହିଁ। ବିଗତ ଦିନରେ ଓଡିଶା ସାମାଜିକ ଓ ଅର୍ଥନୈତିକ ଭାରସାମ୍ୟ ନଥିଲା ବେଳେ ଆଜି ଆମ ରାଜ୍ୟ ବେଶ୍ ପ୍ରଗତି କରିଛି। ତାଙ୍କ ଦ୍ବାରା ପ୍ରଦର୍ଶିତ 5T, ମୋ ସରକାର,ସ୍ମାର୍ଟ ହାଇସ୍କୁଲ,କାଳିଆ ଯୋଜନା, ମିଶନ ଶକ୍ତି, ମହିଳା ସଶକ୍ତିକରଣ, ସ୍କିଲଡ୍ ଇନ୍ ଓଡିଶା, ଜାଗା ମିଶନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଖାଦ୍ୟ ସୁରକ୍ଷା ଆଇନ ଦ୍ବାରା ଲୋକେ ଆନନ୍ଦିତ। ପୁଣି ଦଶ ବର୍ଷ ପାଇଁ ଉଭୟ ପୁରୁଷ ଓ ମହିଳା ଜାତୀୟ ହକି ଦଳ ପାଇଁ ପ୍ରାୟୋଜନ ରହିବ ବୋଲି ଘୋଷଣା କରାଯାଇଛି।

ଏ ବର୍ଷ ବିଶ୍ବ ହକି କପ୍ ପାଇଁ ରାଉରକେଲାରେ ନିର୍ମିତ ହେଉଛି ସର୍ବବୃହତ ହକି ଷ୍ଟାଡିୟମ। ଏହି ପରପେକ୍ଷୀରେ ରାଇରଂଗପୁର ସାକଲାଡିହି ଦୂର୍ଗା ମଣ୍ଡପ ଠାରୁ କୁଚେଇବୁଢୀ ପର୍ଯ୍ୟନ୍ତ ତିନି ନମ୍ବର ଓ ଚାରି ନମ୍ବର ୱାର୍ଡ କୁ ନେଇ ବିଶାଳ ଜନ ସଂପର୍କ ପଦଯାତ୍ରା। ଏଥିରେ ରାଇରଂଗପୁର ପୌର ଅଧ୍ୟକ୍ଷ ଅଭିଶେଷ ପଟ୍ଟନାୟକ,ଉପାଧ୍ୟକ୍ଷ ମମିତା ଚୌଧୂରୀ,ଜିଲ୍ଲା ମହିଳା ସଭାପତି ତନୁଜା ମହାନ୍ତ,ବିଜୁ ଜନତା ଦଳ ସଭାନେତ୍ରୀ ପୁଷ୍ପିତା ମହାନ୍ତ,ତିନି ନମ୍ବର ୱାର୍ଡ କାଉସିଲର ସୁଶାନ୍ତ କୁମାର ମହାନ୍ତ ଓ ଚାରି ନମ୍ବର ୱାର୍ଡ କାଉସିଲର ଆରତୀ ମାର୍ଣ୍ଡି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *